www.samajalive.in
Monday, December 8, 2025
27.1 C
Bhubaneswar

ନିର୍ଭୟା ମାମଲା: ଅଜବ ଯୁକ୍ତି ବାଢ଼ିଲେ ଦୋଷୀଙ୍କ ଓକିଲ, ମୃତ୍ୟୁଦଣ୍ଡ ଉଚ୍ଛେଦ କରିବାକୁ କହିଲେ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ଅକ୍ଷୟ ସିଂହର ମୃତ୍ୟୁଦଣ୍ଡ ପୁନର୍ବିଚାର ପିଟିଶନ ଉପରେ ଶୁଣାଣି ଶେଷ ହୋଇଛି। ଶୁଣାଣି ସମୟରେ ନବଗଠିତ ଖଣ୍ଡପୀଠ ଉଭୟ ପକ୍ଷର ଓକିଲଙ୍କୁ ନିଜର ଦଲିଲ ରଖିବାକୁ ୩୦ ମିନିଟ୍‌ ଲେଖାଏ ସମୟ ଦେଇଥିଲେ। ପ୍ରଥମେ ଦୋଷୀ ଅକ୍ଷୟଙ୍କ ଓକିଲ ଏ.ପି. ସିଂହ ନିଜ ମହକିଲର ମୃତ୍ୟୁ ଦଣ୍ଡାଦେଶ ପ୍ରତ୍ୟାହାର ପାଇ ଦାବି କରିଥିଲେ। ଏପରି କି ସେ ଅକ୍ଷୟକୁ ରକ୍ଷା କରିବା ଲାଗି ଅଜବ ଅଜବ ଯୁକ୍ତି ବାଢ଼ିଥିଲେ।

ଅକ୍ଷୟଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ଏ.ପି. ସିଂହ ଅକ୍ଷୟଙ୍କୁ ମୃତ୍ୟୁ ଦଣ୍ଡ ନ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଓକିଲ କହିଥିଲେ, ତାଙ୍କ ମହକିଲଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। ପୀଡ଼ିତାଙ୍କ ମନ୍ତବ୍ୟ ସନ୍ଦେହଜନକ ଥିଲା। ନିର୍ଭୟା ମୃତ୍ୟୁ ପୂର୍ବରୁ ମୃତ୍ୟୁକାଳୀନ ଜମାନବନ୍ଦୀରେ ଅକ୍ଷୟଙ୍କ ନାମ ନେଇ ନ ଥିଲେ। ସେହିପରି ସିଂହ ଯୁକ୍ତି ବାଢ଼ିଥିଲେ ଯେ, ଅନ୍ୟତନ ଅଭିଯୁକ୍ତ ରାମ ସିଂହଙ୍କୁ ଜେଲରେ ହତ୍ୟା କରାଯାଇଛି ଏବଂ ସେ ଆତ୍ମହତ୍ୟା କରି ନ ଥିଲା। ଏଥିପାଇଁ ସେ ପୁଲିସକୁ ଦାୟୀ କରିଥିଲେ। ଗଣମାଧ୍ୟମ, ଜନତା ଏବଂ ରାଜନୈତିକ ଚାପରେ ଅକ୍ଷୟକୁ ଦୋଷୀ କରାଯାଇଛି ଏବଂ ଏହା ଆଜି ବି ବଳବତ୍ତର ରହିଛି। ବହୁ ବର୍ଷ ହେଲାଣି ଜେଲରେ ଶହ ଶହ ଅପରାଧୀ ବନ୍ଦୀ ଅଛନ୍ତି। ସେମାନଙ୍କୁ କୌଣସି ଦଣ୍ଡ ମିଳୁନାହିଁ। ଅକ୍ଷୟକୁ ବି ଫାଶୀ ଦିଆ ନ ଯାଉ। ଏହି ଅବସରରେ ଓକିଲ ଦ୍ବାପର ଏବଂ ତ୍ରେତୟା ଯୁଗର ଉଦାହରଣ ଦେଇ କହିଥିଲେ, ସେତେବେଳେ ଲୋକଙ୍କ ପରମାୟୁ ଲମ୍ବା ଥିଲା, ଏବେ ଆୟୁ କମ ହୋଇଯାଇଛି। ତେଣୁ ତାଙ୍କ ମହକିଲକୁ ମୃତ୍ୟୁଦଣ୍ଡ ଦିଆ ନ ଯାଉ। ଫାଶୀ ଦଣ୍ଡ ବହୁତ ପୁରୁଣା। ଫାଶୀ ଦେଲେ ଅଫରାଧୀ ମରିଯାଏ, ଅପରାଧ ନୁହେଁ। ଏଥିରୁ ଅନ୍ୟ ଅପରାଧୀଙ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ଏପରି କି ଦେଶରେ ମୃତ୍ୟୁ ଦଣ୍ଡକୁ ଉଚ୍ଛେଦ କରିଦେବା ଉଚିତ ବୋଲି ସେ କହିଥିଲେ।

- Advertisement -

ଅନ୍ୟପଟେ ପୀଡ଼ିତାଙ୍କ ପକ୍ଷରୁ ଲଢୁଥିବା ଓକିଲ ଦୋଷୀ ଅକ୍ଷୟର ପୁନର୍ବିଚାର ପିଟିଶନକୁ ଖାରଜ କରିବା ସହିତ ଫାଶୀ ଦଣ୍ଡାଦେଶ ବଳବତ୍ତର ରଖିବା ଲାଗି ଯୁକ୍ତି ବାଢ଼ିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories