କଟକ: ମାଟ୍ରିକ ପାରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହୋଇଥାଏ । ମାଟ୍ରିକ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ସୂଚନା ଦେବେ। ଗତଥର ଯେଉଁ ପରୀକ୍ଷା କେନ୍ଦ୍ରରେ ସମସ୍ୟା ଥିଲା, ସେସବୁର ଏଥର ତର୍ଜମା କରାଯାଉଛି। ଆବଶ୍ୟକ ପଡିଲେ ସେହି ପରୀକ୍ଷା କେନ୍ଦ୍ରକୁ ବାଦ୍ ଦିଆଯିବ। ଉକ୍ତ ପରୀକ୍ଷା କେନ୍ଦ୍ରକୁ ବାଦ୍ ଦେଇ ନିକଟରେ ଥିବା କେନ୍ଦ୍ରରେ ପରୀକ୍ଷା କରାଯିବ ବୋଲି ସମୀର ଦାଶ କହିଛନ୍ତି।
ଫେବୃୟାରୀ ୩ୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା, ଗତଥର ସମସ୍ୟା ଥିବା କେନ୍ଦ୍ରକୁ ବାଦ୍ ଦିଆଯାଇପାରେ: ଗଣଶିକ୍ଷା ମନ୍ତ୍ରୀ
Popular Categories



