www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଥମ ଦିନିକିଆ: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ରାହୁଲ, କୋହଲି, ରୋହିତ ଆଉଟ୍‌

ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ମାତ୍ର ୨୫ ରନ୍‌ ଭିତରେ ୨ଟି ଗୁରୁତ୍ଵପୂର୍ଣ୍ଣ ୱିକେଟ୍‌ ହରାଇଥିବାବେଳେ ୮୦ ରନରେ ୩ୟ ୱିକେଟ ହରାଇଛି। ୬.୨ ଓଭରରେ ଦଳ ୨୧ ରନ୍‌ କରିଥିବାବେଳେ ଓପନର କେ. ଏଲ. ରାହୁଲ ଆଉଟ୍‌ ହୋଇଥିଲେ। ତାଙ୍କ ପରେ ଆସିଥିବା ଅଧିନାୟକ ବିରାଟ କୋହଲି ମାତ୍ର ୪ ରନ୍‌ କରି ପ୍ୟାଭିଲିଅନ ଫେରିଥିଲେ। ଦଳର ସ୍କୋର ୨୫ ରନ୍‌ ହୋଇଥିବାବେଳେ ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ​‌ଶେଲଡନ୍‌ କଟ୍ରେଲ ତାଙ୍କୁ ଆଉଟ୍‌ କରିଥିଲେ। କଟ୍ରେଲ ୨ଟି ଯାକ ୱିକେଟ ନେବାରେ ସଫଳ ହୋଇଛନ୍ତି। ଭାରତ ୧୦ ଓଭରରେ ଦୁଇ ୱିକେଟ୍‌ ହରାଇ ୩୩ ରନ୍‌ ସଂଗ୍ରହ କରିଥିଲା। ରୋହିତ ଶର୍ମା ୩୬ ରନ୍‌ କରିଥିବାବେଳେ ୧୮ତମ ଓଭରରେ ଅଲଜାରି ଯୋଶେଫଙ୍କ ବଲରେ ଆଉଟ୍‌ ହୋଇ ଫ୍ୟାଭିଲିଅନ ଫେରିଥିଲେ। ଦଳ ୨୨ ଓଭରରେ ୮୬ ରନ୍‌ ସଂଗ୍ରହ କରିଥିବାବେଳେ ରୁଷଭ ପନ୍ତ ଏବଂ ଶ୍ରେୟସ ଆୟାର କ୍ରିଜରେ ରହିଛନ୍ତି।

ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories