www.samajalive.in
Monday, December 8, 2025
27.1 C
Bhubaneswar

ଚାରି ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣା; ବିଚାରବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ତେଲେଙ୍ଗାନା ପୁଲିସ ଦ୍ବାରା ୪ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣାର ଶୁଣାଣି କରି ଗୁରୁବାର ସୁପ୍ରିମକୋର୍ଟ ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ଜଣେ ପୂର୍ବତନ ବିଚାରପତିଙ୍କ ନେତୃତ୍ବରେ ୩ ଜଣିଆ ତଦନ୍ତ କମିଶନ ଗଠନ କରାଯାଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ପୂର୍ବତନ ବିଚାରପତି ଭିସି ସିର୍‌ପୁରକର ଏହି କମିଟିର ନେତୃତ୍ବ ନେଇଛନ୍ତି। ୬ମାସ ମଧ୍ୟରେ ତଦନ୍ତ ​‌ଶେଷ କରି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଅନ୍ୟାଦେଶ ବିନା ଅନ୍ୟ କେହି ତଦନ୍ତକୁ ବାରଣ କରିପାରିବେ ନାହିଁ। ତଦନ୍ତ କମିଶନରେ ଥିବା ୩ ଜଣ ବିଚାରପତିଙ୍କୁ ସିଆରପିଏଫ୍ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରଧାନ ବଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ହାଇଦ୍ରାବାଦର ପ୍ରାଣୀ ଚିକିତ୍ସିକାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୁଲିସ ଗତ ୬ ତାରିଖ ସକାଳେ ଏନକାଉଣ୍ଟର କରିଥିଲା। ଯେଉଁ ସ୍ଥାନରେ ପୀଡିତାଙ୍କୁ ହତ୍ୟା କରାଯାଇଥିଲା ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ସେଠାକୁ ନିଆଯାଇଥିଲା। ସେଠାରେ ପହଞ୍ଚିଲା ପରେ ଅଭିଯୁକ୍ତମାନେ ପୁଲିସ ଉପରକୁ ଆକ୍ରମଣ କରି ଦୁଇଟି ବନ୍ଧୁକ ଛଡାଇ ନେଇଥିଲେ। ଏହା ପରେ ବାଧ୍ୟ ହୋଇ ପୁଲିସ ଏନକାଉଣ୍ଟର କରିଥିଲା ବୋଲି ହାଇଦ୍ରାବାଦର କମିଶନର ଭିସି ସଜ୍ଜନାର ଏକ ସାମ୍ବାଦିକ ସମ୍ମିଳନୀର କହିଥିଲେ। ପୁଲିସ ଏନକାଉଣ୍ଟରକୁ ସମାଲୋଚନା କରି କିଛି ଲୋକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories