www.samajalive.in
Monday, December 8, 2025
27.1 C
Bhubaneswar

ସୁସ୍ଥ ହୋଇ ଘରକୁ ଫେରିଲେ ଲତା: ଖୁସି ଜାହିର କଲେ ଦିଲୀପ କୁମାର

ମୁମ୍ବଇ: ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୨୮ ଦିନ ଡାକ୍ତରଖାନାରେ ରହିବା ପରେ ଶେଷରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରବିବାର ଘରକୁ ଫେରି ଲତା ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କ ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ତାଙ୍କ ଆରୋଗ୍ୟ କାମନା କରିଥିବା ପ୍ରଶଂସକମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି। ଲତା ସୁସ୍ଥ ହୋଇ ଘରକୁ ଫେରିବା ପରେ ଅନେକ କଳାକାର ଓ ପ୍ରଶଂସକଙ୍କ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି। ପ୍ରଖ୍ୟାତ ଅଭିନେତା ଦିଲୀପ କୁମାର ଲତାଙ୍କ ଘରକୁ ଫେରିବାକୁ ନେଇ ନିଜ ଖୁସି ବ୍ୟକ୍ତ କରିଛନ୍ତି।

- Advertisement -

ସେ ଲେଖିଛନ୍ତି, ‘‘ମୁଁ ଏହା ଜାଣି ବହୁତ ଖୁସି ଯେ, ମୋ ସାନ ଭଉଣୀ ଲତା ଏବେ ସୁସ୍ଥ ଅନୁଭବ କରୁଛି ଓ ଏବେ ଘରେ ଅଛି। ନିଜର ଧ୍ୟାନ ରଖ’’। ଦିଲୀପ କୁମାର ଲତାଙ୍କ ସହ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଫଟୋରେ ଦିଲୀପ, ସାୟରା ବାନୋ ଓ ଲତା ମଙ୍ଗେଶକରଙ୍କୁ ଏକାଠି ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଗତ ନଭେମ୍ବର ୧୧ ତାରିଖରେ ହଠାତ୍ ଲତାଙ୍କୁ ନିଃଶ୍ୱାସ-ପ୍ରଶ୍ୱାସରେ କଷ୍ଟ ଅନୁଭବ ହୋଇଥିଲା। ତେଣୁ ତାଙ୍କୁ ମୁମ୍ବଇ ସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଏ ଖବର ପାଇବା ପରେ ସାରା ଦେଶର ଲୋକେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ବିଭିନ୍ନ କଳାକାର ରାଜନେତା ତାଙ୍କୁ ଭେଟିବାକୁ ଡାକ୍ତରଖାନାକୁ ଯାଇଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories