www.samajalive.in
Tuesday, December 9, 2025
16.1 C
Bhubaneswar

ନାଗରିକତା ଦିଅ, ମତଦାନ ଅଧିକାର ନୁହେଁ – ଶିବସେନା

ମହାରାଷ୍ଟ୍ର/ନୂଆଦିଲ୍ଲୀ: ସୋମବାର ସଂସଦରେ ଆଗତ ହେବାକୁ ଥିବା ନାଗରିକତା ବିଧେୟକ ବା ସିଟୀଜେନସିପି ବିଲକୁ ନେଇ ଶିବସେନା ଅସନ୍ତୋଷ ପ୍ରକାଶ କରିଛି। ଏ ନେଇ ଶିବସେନା ପକ୍ଷରୁ ବିଧେୟକରେ କେତେକ ସଂଶୋଧନ କରିବା ପାଇଁ ମୋଦୀ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି। ଦଳୀୟ ମୁଖପତ୍ର ‘ସାମନା’ରେ ଶିବସେନା କହିଛି, ମୋଦୀ ସରକାର ନାଗରିକତା ବିଲ ମାଧ୍ୟମରେ ରାଜନୀତି କରୁଛନ୍ତି। ଏଭଳି ବିଧେୟକ ପଛରେ ଭୋଟ ବ୍ୟାଙ୍କ ରାଜନୀତି ରହିଥିବା ଦଳ କହିଛି। ଦଳ ଆହୁରି ମଧ୍ୟ କହିଛି, ହିନ୍ଦୁମାନଙ୍କ ପାଇଁ ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ନାହିଁ କିନ୍ତୁ ଭୋଟ ବ୍ୟାଙ୍କ ପାଇଁ ନାଗରିକତା ବିଲ ଆଣିବା ଦେଶ ପାଇଁ ଠିକ ନୁହେଁ।

ଏ ନେଇ ଶିବସେନା ପକ୍ଷରୁ ଦାବି କରାଯାଇଛି ଯେ ଯେଉଁ ବାହାର ଦେଶର ଲୋକଙ୍କୁ ନାଗରିକତ୍ଵ ଦିଆଯିବ ସେମାନଙ୍କୁ ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ମତଦାନ ଅଧିକାର ଦିଆ ନ ଯାଉ। ଏହି ପ୍ରସ୍ତାବ ଉପରେ ଦେଶର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଚିନ୍ତା କରିବା ଆବଶ୍ୟକ ବୋଲି ଦଳ କହିଛି। ଅନ୍ୟ ଦେଶରେ ରହୁଥିବା ହିନ୍ଦୁ, ଶିଖ, ପାର୍ସି, ଈସାଈ ଓ ଜୈନମାନଙ୍କୁ ନାଗରିକତ୍ଵ ଦେବା ପୂର୍ବରୁ ସରକାର ସେହି ସବୁ ଦେଶର ସରକାରଙ୍କ ସହ ଆଲୋଚନା କରିବା ଆବଶ୍ୟକ ଯେ ସେଠାରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର କିଭଳି ରୋକ ଯାଇ ପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories