ମୟୂରଭଞ୍ଜ: ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ଏକ ସଡକ ଦୁର୍ଘଟଣା ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଇଟାମୁଣ୍ଡିଆ ଗ୍ରାମର ଗୌତମ ମହାନ୍ତ ଓ ଅଜିତ ମହାନ୍ତ। ମିଳିଥିବା ସୂଚନା ଅନୁଯାୟୀ, ଏମାନେ ରବିବାର ବିଳମ୍ବିତ ରାତିରେ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ପରେ ଉଭୟ ରାସ୍ତାରେ ପଡିଥିବା ବେଳେ ସେହି ବିବାହ ଭୋଜିରେ ଯୋଗ ଦେଇ ପଛରେ ଫେରୁଥିବା ସେମାନଙ୍କ ସାଙ୍ଗମାନେ ଉଭୟଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିଲା। ତେବେ ଦୁର୍ଘଟଣା ଘଟାଇଥିବା ଗାଡିର କୌଣସି ପତ୍ତା ମିଳିନାହିଁ।
Popular Categories



