Patra electronics

ହାଜତ ମୃତ୍ୟୁ ଘଟଣାରେ ଫେରାର ପୁଲିସ ଅଧିକାରୀ ଗିରଫ

କେନ୍ଦ୍ରାପଡ଼ା : ୨୦୧୮ ଅଗଷ୍ଟ ମାସରେ କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାଲଣା ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଫେରାର ଥିବା ମହାକାଳପଡ଼ା ଥାନା ଅଧିକାରୀ ମଙ୍ଗଳବାର ଗିରଫ ହୋଇଛନ୍ତି। ଥାନା ଅଧିକାରୀ ଶ୍ୟାମଘନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାରିମୂଳ ଉପକାରାଗରକୁ ପଠାଯାଇଛି।
ସୂଚନା ଅନୁସାରେ, ୨୦୧୮ମସିହା ଅଗଷ୍ଟ ମାସରେ କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାଲଣା ଗ୍ରାମର ଅବିନାଶ ପାଇଟାଳ(ମୂଷା) ନାମକ ଜଣେ ଯୁବକକୁ ତତ୍କାଳୀନ ଆଇଆଇସି ଶ୍ୟାମଘନ ବେହେରା ଏକ ଚୋରି ମାମଲାରେ ରାତିରେ ମହାକାଳପଡ଼ା ଥାନାକୁ ଆଣିଥିଲେ। ମାତ୍ର ତା’ପରଦିନ ଥାନାଠାରୁ ଅଳ୍ପ ଦୂରରେ ଏକ ଘରୁ ମୂଷାର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ମୂଷାର ଶରୀରରେ କ୍ଷତ ଚିହ୍ନ ଥିଲା ତାସହିତ ମୂଷାର ଅଣ୍ଡକୋଷରୁ ମଧ୍ୟ ରକ୍ତ ବାହାରୁଥିଲା ଯାହାକି ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ପ୍ରମାଣିତ କରୁଥିଲା। ମୂଷାକୁ ଶ୍ୟାମଘନ ବେହେରା ତାଙ୍କ ସାଥୀଙ୍କ ସହିତ ମିଶି ହାଜତ ଭିତରେ ପିଟିପିଟି ହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ତା’ପରେ ବହୁ ସାମାଜିକ ଅନୁଷ୍ଠାନ, ସମାଜସେବୀ, ସାମ୍ବାଦିକମାନେ ମିଶି ତାଙ୍କ ପରିବାର ଏବଂ ମୂଷାର ସ୍ତ୍ରୀ ଓ ମାତ୍ର ୩ମାସର ଛୁଆ ସହିତ ଦୀର୍ଘ ଦେଢ଼ମାସ ଧରି ଜିଲାପାଳଙ୍କ କାର୍ୟ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ ତା’ସହିତ ମୂଷା ପରିବାରକୁ ନ୍ୟାୟ ଦାବିରେ ବାଲଣା ଗ୍ରାମରୁ ନବୀନ ନିବାସ ଯାଏ ମଧ୍ୟ ପଦଯାତ୍ରା କରାଯାଇଥିଲା। ତା’ପରେ ଶ୍ୟାମଘନ ବେହେରାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ହେଲେ ଗିରଫ କରାଯାଇ ପାରିନଥିଲା ସେବେଠାରୁ ସେ ଫେରାର ଥିଲେ ବୋଲି ମଧ୍ୟ କୁହାଯାଉଥିଲା।

Comments are closed.