www.samajalive.in
Monday, December 8, 2025
27.1 C
Bhubaneswar

ଯୋଗ୍ୟତା ପରୀକ୍ଷାରେ ବି ଶିକ୍ଷକ ଫେଲ – ୧୬ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର

ଭୋପାଳ: ଭୋପାଳରେ କାର୍ଯ୍ୟରତ ୧୬ ଜଣ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପାସ ନ କରିପାରିବାରୁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ମଧ୍ୟପ୍ରଦେଶରେ ଘଟିଥିବା ଏଭଳି ଘଟଣା ସାରା ଦେଶରେ ଶିକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ, କୋଟି କୋଟି କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଅଭିଭାବକମାନେ ସନ୍ଦିହାନ ହୋଇ ପଡିଛନ୍ତି।

ବିହାରର ଏକ ସ୍କୁଲରେ ଜନୈକ ଶିକ୍ଷୟିତ୍ରୀ ଅତି ସହଜ ଇଂରାଜୀ ଶବ୍ଦ ଲେଖି ଓ ପଢି ନ ପାରିବା ଫଳରେ ଜିଲାପାଳ ତାଙ୍କୁ କାର୍ଯ୍ୟରୁ ଛଟେଇ କରିବା ପରେ ଏବେ ଭୋପାଳ ଘଟଣା ଦେଶରେ ଚାଲିଥିବା ଶିକ୍ଷା ଓ ଶିକ୍ଷକ ବ୍ୟବସ୍ଥାର ଅସଲ ଚିତ୍ର ପ୍ରଦାନ କରିଛି। ସେଠାକାର ଶିକ୍ଷା ମନ୍ତ୍ରୀ ଡକ୍ଟର ପ୍ରଭୁରାମ ଚୌଧୁରୀ କହିଛନ୍ତି, ମଧ୍ୟ ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଶିକ୍ଷା ଦାନ କରୁଥିବା ଶିକ୍ଷକମାନଙ୍କ ଶିକ୍ଷାଦାନ ଯୋଗ୍ୟତା ନିର୍ଦ୍ଧାରଣ କରିବା ପାଇଁ ହୋଇଥିବା ପରୀକ୍ଷାରେ ଶୂନ୍ୟରୁ ୩୦ ପ୍ରତିଶତ ମଧ୍ୟରେ ସର୍ବାଧିକ ଶିକ୍ଷକ ରହିଛନ୍ତି। ୫ ହଜାର ୮୯୧ ଜଣ ଶିକ୍ଷକଙ୍କ ମଧ୍ୟରୁ ୧ ହଜାର ୩୫୧ ଜଣ ୫୦ ପ୍ରତିଶତ ମାର୍କ ରଖିପାରି ନାହାନ୍ତି ଯାହା ଯୋଗ୍ୟତା ପର୍ଯ୍ୟାୟ ହାସଲ ପାଇଁ ଉଦ୍ଦିଷ୍ଟ। ସମ୍ପୃକ୍ତ ଶିକ୍ଷକମାନେ।

- Advertisement -

ପ୍ରଥମ ଥର ଜୁନ ୧୨ ଓ ପରେ ଅକ୍ଟୋବର ୧୪ରେ ହୋଇଥିବା ଏହି ପରୀକ୍ଷାରେ ଯୋଗ୍ୟତା ମାର୍କକୁ ୫୦ରୁ ୩୩ ପ୍ରତିଶତ କରାଯିବ ସହ ସେମାନଙ୍କୁ ପରୀକ୍ଷା ସମୟରେ ବହି ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ୮୪ ଜଣ ଶିକ୍ଷକ ଫେଲ ହୋଇଛନ୍ତି। ସେହି ଶିକ୍ଷକମାନଙ୍କ ମଧ୍ୟରୁ ୨୦ ବର୍ଷ କାର୍ଯ୍ୟକାଳ ପୁରଣ କରି ସାରିଥିବା କିମ୍ବା ୫୦ ବର୍ଷ ବୟସ ଅତିକ୍ରମ କରିଥିବା ଯୋଗୁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories