www.samajalive.in
Monday, December 8, 2025
20.1 C
Bhubaneswar

ଶରୀର ପାଇଁ ଖୁବ୍ ଉପକାରୀ କଞ୍ଚା କଦଳୀ

ସାଧାରଣତଃ କଦଳୀ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ହେଲେ କିଛି ଲୋକ କେବଳ ପାଚିଲା କଦଳୀ ଖାଇବାକୁ ପସନ୍ଦ କରୁଥିବା ବେଳେ କଞ୍ଚା କଦଳୀ ଖାଇବାକୁ ଏତେଟା ଭଲ ପାଆନ୍ତି ନାହିଁ। କିନ୍ତୁ ସେମାନେ ଜାଣି ରଖିବା ଉଚିତ ଏହା ଦ୍ୱାରା ତାଙ୍କ ଶରୀର ପାଇଁ ଆବଶ୍ୟକୀୟ ଅନେକ ପୋଷକ ତତ୍ତ୍ବ ସେମାନେ ହରାଉଛନ୍ତି। କଞ୍ଚା କଦଳୀ ଖାଇବାର ଉପକାରୀତା ବିଷୟରେ ହୁଏତ ଖୁବ୍ କମ୍ ଲୋକେ ଅବଗତ ଥିବେ। କଞ୍ଚା କଦଳୀ ଖାଇବା ସ୍ୱାସ୍ଥ୍ୟପକ୍ଷେ ବେଶ୍ ଉପକାରୀ। କଞ୍ଚାକଦଳୀରେ ପୋଟାସିୟମ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଆପଣଙ୍କ ଶରୀରର ରୋଗ ପଅତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ଖାଇବା ଦ୍ୱାରା ମଧ୍ୟ ଦିନ ତମାମ ଆପଣ ସକ୍ରିୟ ରହିଥାନ୍ତି। ଶିଶୁ କଞ୍ଚାକଦଳୀ ଖାଇବା ସ୍ୱାସ୍ଥ୍ୟପକ୍ଷେ ଖୁବ୍ ଲାଭଦାୟକ ହୋଇଥାଏ। ଏହା ସହିତ କଞ୍ଚାକଦଳୀରେ ଭିଟାମିନ ବି-୬, ଭିଟାମିନ-ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ରହିଛି, ଯାହା କୋଷିକାକୁ ପୋଷଣ ଦିଏ। ଆସନ୍ତୁ ଜାଣିବା କଞ୍ଚା କଦଳୀ ଖାଇବା ଦ୍ବାରା ଆଉ କ’ଣ ସବୁ ଲାଭ ମିଳେ –

–କଞ୍ଚାକଦଳୀରେ ପ୍ରଚୁର ମାତ୍ରାରେ ପୋଟାସିୟମ ରହିଥାଏ, ଯାହା ରକ୍ତ ସଂଚାଳନ ଠିକ୍ ରଖିବା ସହ ରକ୍ତ ଚାପ ନିୟନ୍ତ୍ରଣ କରିଥାଏ।
–ପ୍ରତିଦିନ ଏହାକୁ ଖାଇଲେ ହାଡ଼ ମଜଭୂତ ହୋଇଥାଏ। କଦଳୀରେ ଏକ ପ୍ରକାର ସ୍ୱତନ୍ତ୍ର ପ୍ରୋବାୟୋଟିକ୍ ରହିଥାଏ, ଯାହା ହାଡ଼ରେ ଦେଖିଯାଉଥିବା କ୍ୟାଲସିୟମର ଅଭାବକୁ ପୂରଣ କରିଥାଏ।
–କଞ୍ଚା କଦଳୀରେ ମ୍ୟାଗ୍ନେସିୟମ ଥିବା ଯୋଗୁଁ ଅତି ସହଜରେ ଖାଦ୍ୟ ପାଚନ ହୋଇଥାଏ ଏବଂ ମେଟାବୋଲିଜିମକୁ ସୁସ୍ଥ ରଖିଥାଏ।
–କଞ୍ଚା କଦଳୀ ଆମାଶୟ ଏବଂ ଅନ୍ତ ଫୁଲିବା ସମସ୍ୟା ଦୂର କରିଥାଏ।
–ପିଲାମାନେ ପ୍ରତିଦିନ କଞ୍ଚା କଦଳୀ ଖାଇବା ଉଚିତ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories