www.samajalive.in
Wednesday, December 10, 2025
18.1 C
Bhubaneswar

ନାନା ପଟୋଲେ ହେଲେ ମହାରାଷ୍ଟ୍ରର ବାଚସ୍ପତି

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ପଟୋଲେଙ୍କ ବିରୋଧରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଜେପି ବିଧାୟକ କିଷନ କାଥୋରେ ନିଜ ମନୋନୟନ ପତ୍ର ପ୍ରତ୍ୟାହାର କରିନେବା ପରେ ପାଟୋଲେ ନିର୍ଦ୍ବନ୍ଦ୍ବ ନିର୍ବାଚିତ ହୋଇଛନ୍ତି। ପଟୋଲ ବାଚସ୍ପତି ନିର୍ବାଚିତ ହେବା ସମ୍ପର୍କରେ ଅସ୍ଥାୟୀ ବାଚସ୍ପତି ଦିଲୀପ ୱାଲସେ ପାଟିଲ ରବିବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟ ବରିଷ୍ଠ ବିଧାୟକମାନେ ପଟୋଲେ (୫୭)ଙ୍କୁ ବାଚସ୍ପତି ଆସନକୁ ପାଛୋଟି ନେଇଥିଲେ। ଉଦ୍ଧବ ଓ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ଼ନବିସ ନୂଆ ବାଚସ୍ପତିଙ୍କୁ ପ୍ରଶଂସା କରିଥିଲେ। ପଟୋ​‌ଲେ ଜଣେ କୃଷକ ନେତା ଭାବେ ପରିଚିତ। ୧୯୬୨ରେ ବିଦର୍ଭରେ ଜନ୍ମ ଗ୍ରହଣ କରିଥିବା ପାଟୋଲେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ପାଠ ପଢା ଶେଷ ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୯୧ରେ ସେ ଜିଲା ପରିଷଦ ସଭ୍ୟ ଭା​ବେ ନିର୍ବାଚିତ ହୋଇଥିଲେ। ୧୯୯୯ରେ ସେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୪ ଓ ୨୦୦୯ରେ କଂଗ୍ରେସ ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହିତ ମତଭେଦ କାରଣରୁ ୨୦୧୭ରେ ସେ ବିଜେପି ଛାଡି କଂଗ୍ରେସକୁ ଫେରିଥିଲେ। ୨୦୧୯ରେ ପୁଣି କଂଗ୍ରେସ ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବାଚସ୍ପତି ପଦ ପ୍ରତିଦ୍ବନ୍ଦ୍ବିତାରୁ ବିଜେପି ଓହରି ଯିବାକୁ ଏନସିପିର ଜୟନ୍ତ ପାଟିଲ ପ୍ରଶଂସା କରିଥିଲେ। ଉଦ୍ଧବଙ୍କ ନେତୃତ୍ବ ମହାବିକାଶ ଅଘାଡି ସରକାର ଶନିବାର ବିଧାନସଭାର ଆସ୍ଥା ଭୋଟରେ ବିଜୟୀ ହୋଇଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories