www.samajalive.in
Sunday, December 7, 2025
15.1 C
Bhubaneswar

ଦୁର୍ବଳ ହେଉଛି ଏନ୍‍ଡିଏ: ୪ ବଡ଼ ରାଜ୍ୟରୁ ହରାଇଲା କ୍ଷମତା, ୨ ଛୋଟ ରାଜ୍ୟରେ ଗଢିଲା ସରକାର

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ମହାନାଟକର ଅନ୍ତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସଙ୍କ ସରକାର ଭାଙ୍ଗିବା ପରେ ରାଜ୍ୟରେ ଏବେ ନୂଆ ସରକାର ଗଠନ ହେବାକୁ ଯାଉଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
କିନ୍ତୁ ଏହି ସମ୍ପୂର୍ଣ୍ଣ ରାଜନୈତିକ ହଟଚମଟ ଦ୍ୱାରା ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ ବା ଏନ୍‍ଡିଏକୁ ବଡ଼ ଝଟ୍‍କା ଲାଗିଛି। ୨୦୧୭ରେ ଏନ୍‍ଡିଏ ଦେଶର ଶତକଡ଼ା ୭୨ ଭାଗ ଲୋକଙ୍କୁ ଶାସନ କରୁଥିଲା। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମହାରାଷ୍ଟ୍ର ଭଳି ୪ଟି ବଡ଼ ରାଜ୍ୟର ଶାସନ ଭାର ହରାଇବାରୁ ଏହା ଏବେ ଶତକଡ଼ା ୪୧ ପ୍ରତିଶତ ମଧ୍ୟରେ ସୀମିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ମିଜୋରାମ ଓ ସିକ୍କିମ ଭଳି ଛୋଟ ଛୋଟ ରାଜ୍ୟ ଏନ୍‍ଡିଏ ଶାସନାଧୀନ ରହିଛି। ଏହି ପରିପ୍ରେକ୍ଷୀରେ ଏବେ ୧୭ଟି ରାଜ୍ୟରେ ଏନ୍‍ଡିଏ ସରକାର ରହିଛି। ଏଥିମଧ୍ୟରୁ ୧୩ଟି ରାଜ୍ୟରେ ଏକାକି ବିଜେପି ଓ ୪ଟି ରାଜ୍ୟରେ ସହଯୋଗୀ ଦଳର ମୁଖ୍ୟମନ୍ତ୍ରୀ ରହିଛନ୍ତି। ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀରେ ଏନ୍‍ଡିଏ ସରକାର ଗଠନ କରିବାରେ ବିଫଳ ହୋଇଥିବା ବେଳେ ଏବେ ଆର୍ଥିକ ରାଜଧାନୀରେ ବିଜେପି ସରକାର ଭାଙ୍ଗିଯାଇଛି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରର ମୋଟ୍‍ ଜିଡିପି ପ୍ରାୟ ୩୦ ଲକ୍ଷ କୋଟି, ଯାହା ଦେଶର ଜିଡିପିର ୧୪ ପ୍ରତିଶତ। ଦେଶର ୪୦ ପ୍ରତିଶତରୁ ଅଧିକ କର୍ପୋରେଟ୍‍ କାର୍ଯ୍ୟାଳୟ ମହାରାଷ୍ଟ୍ରରେ ହିଁ ଅବସ୍ଥିତ। ନିର୍ବାଚନ ଚାନ୍ଦାରେ ଏହାର ବଡ଼ ଯୋଗଦାନ ରହିଛି। ଉତ୍ତରପ୍ରଦେଶ ପରେ ସର୍ବାଧିକ ୪୮ ଲୋକସଭା ଆସନ ମହାରାଷ୍ଟ୍ରରେ ରହିଛି। ଏହି କାରଣରୁ ଏନ୍‍ଡିଏ ପାଇଁ ମହାରାଷ୍ଟ୍ର ଖୁବ୍‍ ଗୁରୁତ୍ୱପୂର୍ଣ୍ଣ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories