www.samajalive.in
Sunday, December 7, 2025
15.1 C
Bhubaneswar

ରେଳ ଷ୍ଟେସନ ନିକଟରୁ ମୁର୍ମୁଷ ଅବସ୍ଥାରେ ଯୁବତୀ ଉଦ୍ଧାର

ଯାଜପୁର: ଯାଜପୁର ରୋଡ଼ ରେଳ ଷ୍ଟେସନ ସାଇମନ୍ଦିର ଫାଟକ ନିକଟରୁ ଜଣେ ଯୁବତୀଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବତୀ ସ୍ଥାନୀୟ ରିଲାଏନ୍ସ ଫ୍ରେସ୍‌ରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ଦିନ ୧୦ଟା ବେଳେ ସ୍ଥାନୀୟ କିଛି ଯୁବକ ରେଳ ଲାଇନ୍ କଡ଼ରେ ମୁର୍ମୁଷ ଅବସ୍ଥାରେ ପଡ଼ିଥିବା ଯୁବତୀଙ୍କୁ ଉଦ୍ଧାର କରି ଯାଜପୁର ରୋଡ଼ ପୁଲିସ ସହଯୋଗରେ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଯାଜପୁର ରୋଡ଼ ମେଡ଼ିକାଲରେ ଚିକିତ୍ସା ସମୟରେ ଯୁବତୀର ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାକୁ ଯାଜପୁର ରୋଡ ଥାନା ଅଧିକାରୀଙ୍କ ସାହାଯ୍ୟ କ୍ରମେ ପ୍ରଥମେ ଟାଟା ମେଡ଼ିକାରେ ଭର୍ତ୍ତି କରାଯାଇଥିଲା। ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବାରୁ ଟାଟା ମେଡ଼ିକାଲ କର୍ତ୍ତୃପକ୍ଷ ଭୁବନେଶ୍ୱରସ୍ଥିତ ଆପୋଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଆପୋଲରେ ଚିକିତ୍ସାଧିନ ଥିବା ଯୁବତୀ ଜଣଙ୍କ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।

ଯୁବତୀଙ୍କ ମାଆ ଶୁକ୍ରବାର ଏ ସଂପର୍କରେ ଯାଜପୁର ରୋଡ ଥାନାରେ ଅଭିଯୋଗ କରିଛନ୍ତି। କେହି ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିବାକୁ ଉଦ୍ୟମ କରିଥିବା ଯୁବତୀଙ୍କ ମାଆ ମମତା ସେଠି ଅଭିଯୋଗରେ ଦର୍ଶାଇ ଘଟଣାର ତଦନ୍ତ କରିବାକୁ ନିବେଦନ କରିଛନ୍ତି। ଏନେଇ ଯାଜପୁର ରୋଡ ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତକୁ ଅଗ୍ରସର କରିଛି । 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories