www.samajalive.in
Monday, December 8, 2025
20.1 C
Bhubaneswar

ମଧ୍ୟବର୍ତ୍ତିକାଳୀନ ଡ଼ିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି

କଟକ : ଓଡ଼ିଶା ପୁଲିସ ମହାନିର୍ଦେଶକ ରୂପେ ମଧ୍ୟବର୍ତ୍ତୀକାଳୀନ ଦାୟିତ୍ବ ଗ୍ରହଣ କରିଛନ୍ତି ସତ୍ୟଜିତ୍ ମହାନ୍ତି। ଗୁରୁବାର ରାତିରେ ଏହି ଗୁରୁତ୍ବପୂର୍ଣ୍ଣ ପଦ ଗ୍ରହଣ କରିଥିବା ୧୯୮୮ ବ୍ୟାଚ୍‌ର ଆଇପିଏସ ଅଧିକାରୀ ସତ୍ୟଜିତ୍ ମହାନ୍ତିଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି। ଚାକିରିକାଳ ମଧ୍ୟରେ ଜିଲା ରେଞ୍ଚଠାରୁ ଆରମ୍ଭ କରି ଦୁର୍ନୀତି ନିବାରଣ, ଅଗ୍ନିଶମ, ସିଭିଲ, ରାଜ୍ୟ ପୁଲିସ ଗୃହ ନିର୍ମାଣ, ରାଜ୍ୟ ପୁଲିସ ମୁଖ୍ୟାଳୟ, ପୁଲିସ କମିଶନର ଆଦି ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିବା ସହିତ ଅଧୁନା ଓଡ଼ିଶା କାରଗାର ଡିଜି, କରେନ୍ସନାଲ ସର୍ଭିସ୍‌ ଅଫ୍ ଓଡ଼ିଶା ନିର୍ଦେଶକ ଭାବେ କାର୍ଯ୍ୟରତ। ଉତ୍କଳ ବିଶ୍ବବିଦ୍ୟାଳୟରୁ ଭୂତତ୍ତ୍ବ-ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ, ପଣ୍ଡିଚେରୀ ବିଶ୍ବବିଦ୍ୟାଳୟରୁ ମାନବିକ ଅଧିକାରରେ ସ୍ନାତକୋତ୍ତର, ଆଇଆଇଏମ, ବେଙ୍ଗାଲୁରୁରୁ ପବ୍ଲିକ୍-ପୁଲିସ ମ୍ୟାନେଜ୍‌ମେଣ୍ଟରେ ସ୍ନାତକୋତ୍ତର, ଆମେରିକାର ସାଇରାକୁସ୍‌ ବିଶ୍ବବିଦ୍ୟାଳୟରୁ ପବ୍ଲିକ୍‌ ପଲିସି ଉପରେ ଡିଗ୍ରୀ ହାସଲ କରିଛନ୍ତି। କ୍ରୀଡ଼ାରେ ତାଙ୍କର ରୁଚି ଥିବାବେଳେ ନେସନାଲ ଲ’ ୟୁନିଭରସିଟିରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ସେ ଏକାଧିକ ପୁସ୍ତକର ରଚୟିତା ଓ ଜଣେ ସାହିତ୍ୟାନୁରାଗୀ। ଟେନିସ୍‌ ଓ ସାଇକଲିଂରେ ତାଙ୍କର ବେଶ୍‌ ପସନ୍ଦ ରହିଛି। ସେ ଏବେ ଓଡ଼ିଶା ଟେନିସ୍‌ ଆସୋସିଏସନ୍‌ର ଉପସଭାପତି ରହିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories