www.samajalive.in
Monday, December 8, 2025
27.1 C
Bhubaneswar

ରାସ୍ତା ନିର୍ମାଣରେ ସ୍ଥାନୀୟ ରାଜନେତାଙ୍କ ହସ୍ତକ୍ଷେପ : ତଦନ୍ତ ଲାଗି ସିବିଆଇ, ଇଡିକୁ ଗଡ଼କରୀଙ୍କ ଚିଠି

ନୂଆଦିଲ୍ଲୀ : ରାସ୍ତା ନିର୍ମାଣ କାମରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ରାଜନେତାଙ୍କ ବିରୋଧରେ ତଦନ୍ତ ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ଚିଠି ଲେଖିଛନ୍ତି। ନଭେମ୍ବର ୧୮ରେ ଗଡକରୀ ସିବିଆଇ ଓ ଇଡିକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଅଧିକଂାଶ ରାଜ୍ୟର ସାଂସଦ ଓ ବିଧାୟକମାନେ ନିଜ ରାଜ୍ୟରେ ସଡକ ନିର୍ମାଣ କାମରେ ସହଯୋଗ କରୁ ନାହାନ୍ତି। ଏ ସମ୍ପର୍କରେ ସେ କେତେକ ଅଡିଓ ଓ ଭିଡିଓ ପ୍ରମାଣ ସଂଯୋଗ କରିଛନ୍ତି। ରାସ୍ତା କାମ କରୁଥିବା ଠିକାଦାର ଓ ଏନଜିଓ ଅଭିଯୋଗ କରୁଛନ୍ତି ଯେ ସ୍ଥାନୀୟ ରାଜନେତା ନିର୍ମାଣ କାମରେ ବାଧା ସୃଷ୍ଟି କରୁଛନ୍ତି। କେତେକ ନେତା ଠିକାଦାରଙ୍କ ଠାରୁ ଅର୍ଥ ଦାବି କରୁଛନ୍ତି। ଗଡକରୀଙ୍କ ନିଜ ରାଜ୍ୟ ମହାରାଷ୍ଟ୍ରରେ ଏପରି ସର୍ବାଧିକ ଅଭିଯୋଗ ଆସିଛି। ଏହା ପଛକୁ ରହିଛି ମଧ୍ୟପ୍ରଦେଶ ଓ ଛତିଶଗଡ। ରାସ୍ତା ନିର୍ମାଣ କାମରେ ରାଜନେତାଙ୍କ ପ୍ରତିବନ୍ଧକ କାରଣରୁ ଧାର୍ଯ୍ୟ ସମୟରେ ନିର୍ମାଣ କାମ ଶେଷ ହୋଇପାରୁ ନାହିଁ ବୋଲି ଗଡକରି ଲେଖିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories