www.samajalive.in
Sunday, December 7, 2025
16.1 C
Bhubaneswar

ଗୁରୁବାର ରାଶିଫଳ

ମେଷ: ବନ୍ଧୁ ସହାୟତା ପାଇପାରନ୍ତି। ଚିନ୍ତାଗ୍ରସ୍ତ ହେବେ। କର୍ମ ତତ୍ପରତା ପ୍ରକାଶ ପାଇବ। ସଙ୍ଗୀତ ପ୍ରିୟ ହୋଇପାରନ୍ତି। ଧର୍ମ-ଧାରଣା ପ୍ରତି ଅତୁଟ ବିଶ୍ୱାସ ରଖିପାରନ୍ତି। ସୁଶୀଳ, ଗୁଣ ଓ ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ। ସାଧୁସଙ୍ଗ ଲାଭ କରିବେ।
ବୃଷ: ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବାକୁ ପଡ଼ିବ। ଶତ୍ରୁ ବୃଦ୍ଧି ଘଟିପାରେ। ଆନନ୍ଦ ଉତ୍ସବରେ ଦିନ ବିତାଇ ପାରନ୍ତି। ଦୂର ଯାତ୍ରା ଫଳ ଦାୟକ ହେବ। କୃଷକ ଧର୍ମ ପାଳନ କରିବେ। ଯାନବାହନ ଜନିତ ସୁଖ ଭୋଗ କରିପାରନ୍ତି। ପ୍ରଦୂଷଣମୁକ୍ତ ଗୃହର ବାସିନ୍ଦା ହେବେ।
ମିଥୁନ: ମାନସିକ ସ୍ତରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ। ସର୍ବମଙ୍ଗଳ ଆଶା କରାଯାଏ। ପ୍ରୀତି ଲାଭର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରତିଯୋଗିତାରେ ଆଶାତୀତ ସଫଳତା ପ୍ରାପ୍ତ ହେବେ।
କର୍କଟ: ଭାଗ୍ୟବାନ୍‍ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଘାତଚନ୍ଦ୍ର ହେତୁ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି। ପ୍ରଭାବ ବିସ୍ତାର କରି ମହାନ୍‍ ହେବେ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। କାର୍ଯ୍ୟ ପାଇଁ ଶୁଭ ମୁହୂର୍ତ୍ତ ବିଦ୍ୟମାନ।
ସିଂହ: ଗୃହ ଉପକରଣ ସଂଗ୍ରହ କରିପାରନ୍ତି। କାର୍ଯ୍ୟକ୍ଷେତ୍ର ଉତ୍ସାହପ୍ରଦ ହେବ। ବ୍ୟବସାୟ ଲାଭଜନକ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ରୋଜଗାର ଊଣା ହେବ ନାହିଁ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟି ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।
କନ୍ୟା: ବାଧା-ବିଘ୍ନକୁ ମୁକାବିଲା କରି କାର୍ଯ୍ୟ ସଂପାଦନ କରିପାରନ୍ତି। ହସ-ଖୁସିରେ ସମୟ ବିତାଇ ପାରନ୍ତି। ବିଭିନ୍ନ ସ୍ନେହଶ୍ରଦ୍ଧା ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ସରଳ, ସାବଲୀଳ ଭାଷାରେ ପରକୁ ଆପଣାର କରିବେ।
ତୁଳା: କାର୍ଯ୍ୟ ସଂକ୍ରାନ୍ତରେ ପୂର୍ବରୁ ନେଇଥିବା ସିଦ୍ଧାନ୍ତକୁ ହଠାତ୍‍ ବଦଳାଇ ଦେଇ ପାରନ୍ତି। ପ୍ରଗତି ମାର୍ଗକୁ ଅନୁସରଣ କରି ସଫଳତା ଲାଭ କରିବେ। ସରକାରୀ ସହାୟତା ସହିତ ଅର୍ଥ ମିଳିବ। କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। ମନରେ ସେବା ଭାବନା ଜାଗ୍ରତ ହେବ।
ବିଛା: ପ୍ରଦତ୍ତ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବାଣିଜ୍ୟ-ବେପାରରୁ ପ୍ରଚୁର ଲାଭ ମିଳିବ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। କର୍ତ୍ତବ୍ୟ ପରାୟଣ ହେବେ। ସମ୍ମାନିତ ହେବେ। ଯଶସ୍ୱୀ ହୋଇପାରନ୍ତି। ରାଜକୃପା ମିଳିବ।
ଧନୁ: ମାଲିମୋକଦ୍ଦମାରେ ବିଜୟ ଲାଭ କରିବେ। ଦାନ-ଧର୍ମ କରି ଆତ୍ମତୃପ୍ତି ଲାଭ କରିବେ। ଜିତେନ୍ଦ୍ରିୟ ହେବେ। ଶାସ୍ତ୍ରରତ ହୋଇପାରନ୍ତି। ବହୁ ସୁଖର ଅଧିକାରୀ ହେବେ। ଲୋକପ୍ରିୟ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ମକର: ଉଦର ବ୍ୟଥା ଭୋଗ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଶୁଭ କର୍ମକୁ ସ୍ଥଗିତ ରଖିବାକୁ ପଡ଼ିବ। ଦୃଢ଼ ବିକ୍ରମୀ ହେବେ। ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନ କରିବା ଭଲ। ନୃତ୍ୟ ସଙ୍ଗୀତ ପ୍ରିୟ ହୋଇ ବାଜ୍ୟେ ଖର୍ଚ୍ଚ କରିପାରନ୍ତି।
କୁମ୍ଭ: ଆର୍ଥିକ ସମସ୍ୟା ଦୂରୀଭୂତ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅକୁଣ୍ଠିତ ଚିତ୍ତରେ ବନ୍ଧୁମାନଙ୍କ ତରଫରୁ ସାହାଯ୍ୟର ହାତ ଲମ୍ବି ଆସିବ। ସେବା ମନୋଭାବର ହୋଇପାରନ୍ତି। ଯଶସ୍ୱୀ ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି। ଦୟାଳୁ ସ୍ୱଭାବ ସମ୍ପନ୍ନ ହେବେ।
ମୀନ: ବିରକ୍ତି ଭାବ ଉପୁଜି ପାରେ। ବିଭିନ୍ନ ସ୍ତରରୁ ସହାୟତା ମିଳିବ। ଅର୍ଥ ସଞ୍ଚୟ କରିପାରନ୍ତି। ବୁଦ୍ଧି ପ୍ରୟୋଗ କରି ଅସାଧ୍ୟ ସାଧନ କରିବେ। ଉତ୍ତମ ଗୁଣବାନ୍‍ ହେବେ। ନୀତିଯୁକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ଯୁଦ୍ଧପ୍ରିୟ ହୋଇପାରନ୍ତି। ଧନଯୁକ୍ତ ହେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories