www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତୁ, କେତେ ଉପକାରୀ ଅମୃତଭଣ୍ଡା ମଞ୍ଜି

ଏହା ଆମେ ସମସ୍ତେ ଜାଣନ୍ତି ଯେ, ଅମୃତଭଣ୍ଡା ଖାଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥିଲେ। ହେଲେ କ’ଣ ଆପଣ ଏହାର ମଞ୍ଜିର ଉପକାରୀତା ବିଷୟରେ ଜାଣନ୍ତି? ଅମୃତଭଣ୍ଡାରେ ପର୍ୟ୍ୟାପ୍ତ ମାତ୍ରାରେ ଆଇରନ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ତତ୍ତ୍ୱ ରହିଥାଏ। ଯାହାଦ୍ୱାରା ଶାରୀରିକ କ୍ରିୟା ସଠିକ୍ ରହିଥାଏ, ଏହା ସହିତ ଅତିରିକ୍ତ ଚର୍ବି ମଧ୍ୟ ଜମାଟ ବାନ୍ଧିବାକୁ ଦିଏନାହିଁ। ଅମୃତଭଣ୍ଡା ମଞ୍ଜି ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ। ଏହାବ୍ୟତୀତ ଅମୃତଭଣ୍ଡା ମଞ୍ଜିର ଆଉ କ’ଣ ସବୁ ଉପକାରୀ ଗୁଣ ରହିଛି ଆସନ୍ତୁ ଜାଣିବା –

-ତ୍ୱଚାରେ ଜଳାପୋଡ଼ା ସମସ୍ୟା ରହିଥିଲେ ଆପଣ ଅମୃତଭଣ୍ଡା ମଞ୍ଜିର ବ୍ୟବହାର କରିପାରିବେ। ଶରୀରରେ କୌଣସି ଅଙ୍ଗ ଯଦି ଫୁଲିଥାଏ ତେବେ ଅମୃତଭଣ୍ଡା ମଞ୍ଜି ଲାଭଦାୟକ ସାବ୍ୟସ୍ତ ହେବ।
-ପ୍ରତିଦିନ ଅମୃତଭଣ୍ଡା ମଞ୍ଜି ଖାଇବା ଦ୍ୱାରା ଭାଇରାଲ୍ ଜ୍ୱର ଆଶଙ୍କା କମ୍ ରହିଥାଏ। ଏହି ମଞ୍ଜି ଶରୀରର ଆଣ୍ଟି ଭାଇରାଲ ଏଜେଣ୍ଟ ଭଳି କାମ କରେ।
-କର୍କଟ ରୋଗରୁ ମୁକ୍ତି ପାଇବା ପାଇଁ ଅମୃତଭଣ୍ଡା ମଞ୍ଜି ଖାଇବା ଲାଭଦାୟକ ହୋଇଥାଏ। ଏହି ମଞ୍ଜିରେ ଆଇସୋଥାୟୋସାଇନେଟ ନାମକ ଏକ ତତ୍ତ୍ୱ ରହିଥାଏ, ଯାହା କର୍କଟ ରୋଗ ଚିକିତ୍ସା ଏବଂ ଏଥିରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ।
-ମହିଳାମାନଙ୍କୁ ମାସିକ ଋତୁଚକ୍ରରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅମୃତଭଣ୍ଡା ମଞ୍ଜି ଖାଇବା ଉଚିତ। ଏହାକୁ ଖାଇଲେ ମାସିକ ଧର୍ମ ନିୟମିତ ରହିବା ସହ ଯନ୍ତ୍ରଣା ମଧ୍ୟ କମ୍ ହୁଏ।
-ଏଥିରେ ଭିଟାମିନ-ସି ଭରପୂର ମାତ୍ରାରେ ରହିଥାଏ। ଏହା ସହିତ ଭିଟାମିନ-ଏ ମଧ୍ୟ ପର୍ୟ୍ୟାପ୍ତ ପରିମାଣରେ ଥିବା ଯୋଗୁଁ ଦୃଷ୍ଟିଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories