www.samajalive.in
Tuesday, December 9, 2025
16.1 C
Bhubaneswar

ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜୟନ୍ତୀ: ଜାଣନ୍ତୁ ଲୌହ ମହିଳାଙ୍କ ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ କଥା

ସମାଜ ପୋର୍ଟାଲ ଡେସ୍କ: ସାରାଦେଶ ଆଜି ଭାରତର ପୂର୍ବତନ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ୧୦୨ତମ ଜୟନ୍ତୀ ପାଳନ କରୁଛି। ନେତା ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଦେଶର ଏହି ମହିୟସୀ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଦେଶର ଲୌହ ମହିଳା ଭାବେ ପରିଚିତ ଇନ୍ଦିରା ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ(ଆହ୍ଲାବାଦ)ରେ ଜନ୍ମଗ୍ରହଣ କରିଥିଲେ। ୧୯୬୬ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ଲଗାତର ଭାବେ ସେ ୩ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇ ଗଣତାନ୍ତ୍ରିକ ଶାସନ ଭାର ବହନ କରିଥିଲେ। ପରେ ପୁନର୍ବାର ୧୯୮୦ ମସିହାରୁ ୧୯୮୪ ମସିହା ଅର୍ଥାତ୍ ମୃତ୍ୟୁ ପର୍ଯ୍ୟନ୍ତ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଜନ୍ମଦିନ ଅବସରରେ ଚାଲନ୍ତୁ ଜାଣିବା ଇନ୍ଦିରା ଗାନ୍ଧୀଙ୍କ ବିଷୟରେ କିଛି ଗରୁତ୍ୱପୂର୍ଣ୍ଣ କଥା –

୧. ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଓ କମଳା ନେହେରୁଙ୍କ ଝିଅ ଇନ୍ଦିରାଙ୍କ ପୂରା ନାମ ଇନ୍ଦିରା ପ୍ରିୟଦର୍ଶିନୀ ନେହେରୁ ଥିଲା।
୨. ସେ ସୋମରଭିଲ କଲେଜ, ଅକ୍ସଫର୍ଡ଼ରେ ପାଠ ପଢିଥିଲେ।
୩. ୧୯୪୧ ମସିହାରେ ଭାରତ ଆସିବା ପରେ ସେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ।
୪. ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କୁ ଲାଲବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ୧୯୬୪ ରୁ ୧୯୬୬ ପର୍ୟ୍ୟନ୍ତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପଦ ମିଳିଥିଲା ।
୫. ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ଇନ୍ଦିରା ଗାନ୍ଧୀ ଭାରତର ତୃତୀୟ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ।
୬. ଇନ୍ଦିରା ୧୯୪୨ ମସିହାରେ ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ।
୭. ତାଙ୍କର ଦୁଇ ଜଣ ପୁଅ ଥିଲେ। ଜଣେ ରାଜୀବ ଗାନ୍ଧୀ ଓ ଅନ୍ୟ ଜଣେ ସଞ୍ଜୟ ଗାନ୍ଧୀ।
୮. ଇନ୍ଦିରା ଗାନ୍ଧୀଙ୍କ ସମୟରେ ହିଁ ୨୬ ଜୁନ୍ ୧୯୭୫ ମସିହାରେ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା।
୯. ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରୁ ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ କରାଯାଇଥିବା ଅପରେସନ୍ ବ୍ଲୁ ଷ୍ଟାର ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ହିଁ କରାଯାଇଥିଲା।
୧୦. ବ୍ୟାଙ୍କଗୁଡ଼ିକର ସରକାରୀକରଣ ସର୍ବପ୍ରଥମେ ଇନ୍ଦିରା ଗାନ୍ଧୀ ହିଁ କରିଥିଲେ।
୧୧. ଇନ୍ଦିରାଙ୍କୁ ୧୯୭୧ ମସିହାରେ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ରେ ସମ୍ମାନିତ କରାଯାଇଥିଲା।
୧୨. ୧୯୮୪ ମସିହା, ଅକ୍ଟୋବର ୩୧ ତାରିଖରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଦୁଇ ଶିଖ୍ ଅଙ୍ଗରକ୍ଷୀ ଗୁଳି କରି ହତ୍ୟା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories