ବାରିପଦା: ଗାଡ଼ି ଚେକିଂ ବେଳେ ଏକ ଅଘଟଣ ଘଟିଛି। ବାଇକ୍ ଧକ୍କାରେ ଟାଉନ୍ ଥାନା ସବଇନ୍ସପେକ୍ଟର ଦୟାନିଧି ଦାସଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଲ’ କଲେଜ ସମ୍ମୁଖରେ ଚେକିଂ ଚାଲିଥିବା ବେଳେ ଏକ ବାଇକ୍ ଚାଳକ ଖସି ପଳାଇବାକୁ ଉଦ୍ୟମ କରି ଏସ୍ଆଇ ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲା। ଫଳରେ ଦୟାନିଧି ଦାସ ସେଠାରେ ଟଳି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକଙ୍କୁ ପୁଲିସ ଅଟକ ରଖିଛି।
Popular Categories



