www.samajalive.in
Monday, December 8, 2025
20.1 C
Bhubaneswar

ରାନୁଙ୍କ ରୂପଚର୍ଯ୍ୟା

ମୁମ୍ବଇ : ଗୀତ ଗାଇ ଷ୍ଟେସନରୁ ବଲିଉଡ୍‍ ପହଞ୍ଚିଯିବା ପରେ ରାନୁ ମଣ୍ଡଳ ବିଭିନ୍ନ ସମୟରେ ଭିନ୍ନଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ହିମେଶ ରେଶମିୟାଙ୍କ ସହ ଗୀତ ଗାଇବା ସହ କେତେକ ରିଅଲିଟି ଶୋ’କୁ ଅତିଥି ଭାବେ ଯିବା, ବିଭିନ୍ନ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହେବା ପରି ସଫଳତା ପାଇଛନ୍ତି ସେ। ତେବେ ତାଙ୍କ ଭିଡିଓ ଭାଇରାଲ କରି ଏପରି ସଫଳତାର କାରଣ ହୋଇଥିବା ଯୁବକଙ୍କୁ ସେ ଚାକର ବୋଲି କହିବା, ତାଙ୍କ ସହିତ ସେଲ୍‍ଫି ଉଠାଇବା ଲାଗି ଆସିଥିବା ପ୍ରଶଂସକଙ୍କୁ ଦୁର୍ବ୍ୟବହାର କରିବା ଆଦି ଘଟଣାରେ ସୋସିଆଲ ମିଡିଆରେ ରାନୁଙ୍କୁ ଖୁବ୍‍ ନିନ୍ଦା ଶୁଣିବାକୁ ହୋଇଛି। ଯେଉଁ ସୋସିଆଲ ମିଡିଆ ତାଙ୍କୁ ଷ୍ଟାର କରିଥିଲା, ସେଥିରେ ସେ ଏବେ ନିନ୍ଦା ଏବଂ ବ୍ୟଙ୍ଗର ଶିକାର ହୋଇଛନ୍ତି। ଏବେ ତାଙ୍କ ମେକ୍‍ଅପ ରୂପ ସୋସିଆଲ ମିଡିଆରେ ବେଶ୍‍ ଚର୍ଚ୍ଚାରେ ଅଛି। ଏକ ଇଭେଣ୍ଟରେ ରାନୁ ପ୍ରବଳ ମେକଅପ୍‍ କରି Ñମ୍ପ ୱାକ୍‍ କରିଥିଲେ। ଏହି ଫଟୋ ଭାଇରାଲ ହେବା ସହ ଲୋକେ ରାନୁଙ୍କୁ ଖୁବ୍‍ ପରିହାସ କରୁଥିବା ଦେଖାଯାଉଛି। ତାଙ୍କ ଉପରେ ଏକାଧିକ ମିମ୍‍ସ ସୋସିଆଲ ମିଡିଆରେ ଭରିଗଲାଣି। ରାନୁଙ୍କୁ ଏପରି ବେଶଭୂଷାରେ ସଜାଇଥିବା ମେକଅପ୍‍ ଆର୍ଟିଷ୍ଟଙ୍କ ବାବଦରେ ଜାଣିବା ଲାଗି ସମସ୍ତଙ୍କ ମନରେ ପ୍ରଶ୍ନ। ଏକ ରିପୋର୍ଟ ଅନୁସାରେ ରାନୁ ମଣ୍ଡଳଙ୍କୁ ଉତ୍ତରପ୍ରଦେଶର କାନପୁରକୁ ଏକ ବିଉଟି ପାର୍ଲର କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଥିଲା। ସେଠାକାର ଜଣେ ସ୍ଥାନୀୟ ମେକଅପ୍‍ ଆର୍ଟିଷ୍ଟ ତାଙ୍କୁ ସଜାଇଥିଲେ। ତାଙ୍କ ନାଁ ସନ୍ଧ୍ୟା ବୋଲି କୁହାଯାଉଛି। ସେ ରାନୁଙ୍କ ମୁହଁରେ ଏତେ ବହଳ ମେକ୍‍ଅପ ଦେଇଥିଲେ ଯେ ତାଙ୍କୁ ଚିହ୍ନି ହେଉନଥିଲା। ରାନୁଙ୍କ ସହ ସେହି ମେକ୍‍ଅପ ଆର୍ଟିଷ୍ଟ ମଧ୍ୟ Ñମ୍ପ ୱାକ୍‍ କରିଥିଲେ। ଦୁହିଁଙ୍କ ମୁହଁରେ ଗଭୀର ଆତ୍ମବିଶ୍ୱାସ ଦେଖାଯାଉଥିଲା। ହେଲେ, ଏହି ଫଟୋ ସୋସିଆଲ ମିଡିଆରେ ପହଞ୍ଚିବା ପରେ ଦୁହିଁଙ୍କୁ ଖୁବ୍‍ ସମାଲୋଚନାର ଶିକାର ହେବାକୁ ପଡିଲା। କେହି ରାନୁ ମଣ୍ଡଳଙ୍କ ମେକ୍‍ଅପ ଆର୍ଟିଷ୍ଟ ୨୦୨୦ ଓସ୍କାର ଆୱାର୍ଡ ପାଇବେ ବୋଲି କହିଥିବା ବେଳେ ଆଉ କେହି ରାନୁ ମଣ୍ଡଳଙ୍କ ରୂପ ଭାରି ବିପଜ୍ଜନକ ଦିଶୁଥିବାର ଲେଖିଛନ୍ତି। କିଏ ପୁଣି ରାନୁ ମଣ୍ଡଳଙ୍କ ରୂପକୁ ହାଲୋୱିନ୍‍ ସହ ତୁଳନା କରି ‘ହାପି ବିଲେଟେଡ୍‍ ହାଲୋୱିନ୍‍’ ବୋଲି ମନ୍ତବ୍ୟ ଦେଇଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories