www.samajalive.in
Monday, December 8, 2025
27.1 C
Bhubaneswar

ବ୍ରାଜିଲ୍‌ ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ଚମ୍ପିଆନ୍‌

ବ୍ରାସିଲିଆ : ବ୍ରାଜିଲ୍‌ ଫୁଟବଲ୍‌ ଦଳ ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ଚମ୍ପିଆନ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବା ବ୍ରାଜିଲ୍‌ ଦଳ ଫାଇନାଲରେ ମେକ୍ସିକୋକୁ ୨-୧ ଗୋଲ୍‌​‌େ​‌ର ପରାସ୍ତ କରିଥିଲା। ସୂଚନାଥାଉକି ବ୍ରାଜିଲ୍‌ ସେମିଫାଇନାଲରେ ଫ୍ରାନ୍‌ସକୁ ୩-୨ ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।
ଫାଇନାଲ ମ୍ୟାଚ୍‌ରେ ବ୍ରାଜିଲ୍‌ ଦଳ ମେକ୍ସିକୋ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଦଳ ଅଧିକ ସମୟ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଗୋଲ୍‌ ସ୍କୋର କରି ପାରିନଥିଲା। ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା। ଖେଳର ୬୬ ମିନିଟ୍‌ରେ ମେକ୍ସିକୋ ତରଫରୁ ଗୋଲ୍‌ ସ୍କୋର କରିଥିଲେ ବ୍ରାଏନ୍ ଗୋନ୍‌ଞ୍ଜାଲେଜ୍‌। ଏକ ଚମତ୍କାର ହେଡର୍‌ ଦ୍ବାରା ସେ ଗୋଲ୍‌ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଏହାର ୬ ମିିିନିଟ୍‌ ପରେ ବ୍ରାଜିଲ୍‌ର ଭେରନ୍‌ଙ୍କୁ ମେକ୍ସିକୋ ଖେଳାଳି ପେନାଲ୍‌ଟି ବକ୍ସରେ ଫାଉଲ୍‌ ମାରିଥିବାରୁ ରେଫରି ବ୍ରାଜିଲ୍‌କୁ ପେନାଲ୍‌ଟି କିକ୍‌ ପ୍ରଦାନ କରିଥିଲେ। ବ୍ରାଜିଲ୍‌ ତରଫରୁ କାଇଓ ଜର୍ଜେ ଏହାକୁ ଗୋଲ୍‌ରେ ପରିଣତ କରି ଖେଳକୁ ୧-୧ ସ୍ଥରକୁ ଆଣିପାରିଥିଲେ। ଅତିରିକ୍ତ ସମୟ ଚାଲିଥିବା ବେଳେ ବ୍ରାଜିଲ୍‌ର ବଦଳ ଖେଳାଳି ଲାଜାରୋ ଏକ ଚମତ୍କାର ଗୋଲ୍‌ ସ୍କୋର କରି ଦଳକୁ ୨-୧ରେ ବିଜୟୀ କରାଇ ପାରିଥିଲେ। ସେହିପରି ନେଦରଲାଣ୍ଡ୍‌ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଫ୍ରାନ୍‌ସ ତୃତୀୟ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଥିଲା। ଫ୍ରାନ୍‌ସ ତରଫରୁ ଆନାଉଡ୍‌ କାଲିମୁଏଣ୍ଡୋ ମୁଇଙ୍ଗା ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ବିଶ୍ବକପ୍‌ରେ ସର୍ବାଧିକ ୬ଟି ଗୋଲ୍‌ ସ୍କୋର କରିିଥିବା ନେଦରଲାଣ୍ଡ୍‌ସର ସଣ୍ଟଜେ ହାସସେନ୍‌ଙ୍କୁ ଗୋଲଡେନ୍‌ ବୁଟ୍‌ ପୁରସ୍କାର ମିଳିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories