କାର୍ଯ୍ୟର ବ୍ୟସ୍ତତା ଓ ବର୍ତ୍ତମାନର ଜୀବନ ଶୈଳୀ କାରଣରୁ ଏହାର କୁପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଉତ୍ତମ ସ୍ୱାସ୍ଥ୍ୟ ତଥା ଶରୀରକୁ ରୋଗ ଦାଉରୁ ରକ୍ଷା କରିବାକୁ ସଠିକ ଖାଦ୍ୟପେୟ ସହ ଅନ୍ୟ କେତେକ ଦିଗ ପ୍ରତି ଧ୍ୟାନ ଦେଲେ ,ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ରୋଗରୁ ମୁକ୍ତି ପାଇବା ପାଇଁ ପେଙ୍ଗସୁଇରେ କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ଏହା ବିଷୟରେ ….
ପେଙ୍ଗସୁଇରେ କଇଁଛକୁ ଖୁବ ଶୁଭ ବୋଲି ବିବେଚନା କରାଯାଏ। ଏହାକୁ ଗୃହରେ ରଖିବା ଦ୍ୱାରା ପରିବାର ସଦସ୍ୟ ଦୀର୍ଘାୟୁ ହୋଇଥାଆନ୍ତି। ସଦସ୍ୟଙ୍କ ମଧ୍ୟ ଉତ୍ତମ ସମ୍ପର୍କ ରହିଥାଏ।
ସଦସ୍ୟ ଉତ୍ତମ ସ୍ୱାସ୍ଥ୍ୟ ଓ ଆୟୁ ବୃଦ୍ଧି ପାଇଁ ଘରର ପୂର୍ବ ଦିଗରେ କ୍ରିଷ୍ଟଲରେ ତିଆରି ହୋଇଥିବା କଇଁଛ ରଖନ୍ତୁ।
ପରିବାର ଲୋକଙ୍କ ଦେହ ବାରମ୍ବାର ଖରାପ ହେଲେ ଘରେ ମାଟିରେ ତିଆରି କଇଁଛ ରଖନ୍ତୁ।
ଘରର ବୈଠକ ଘରେ ବଜାରରେ ମିଳୁଥିବା ଛୋଟ ବାଉଁଶର ଗଛ ଲଗାନ୍ତୁ।
ସମ୍ପୂର୍ଣ୍ଣ ପରିବାର ଗୋଟିଏ ଫଟୋରେ ଥିବା ଚିତ୍ର ଏକ କାଠରେ ଫ୍ରେମରେ ରଖି ଘରର ପୂର୍ବ ଦିଗ କାନ୍ଥରେ ଲଗାନ୍ତୁ। ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସର୍ବଦା ମଧୁରତା ରହିଥାଏ।
ଗୃହରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ପୂର୍ବ ଦିଗରେ ଏକ ମାଟି ପାତ୍ରରେ ଲୁଣ ଭରି ରଖି ଦିଅନ୍ତୁ।
ସ୍ନାନ କରିବା ସମୟରେ ପାଣିରେ କିଛି କ୍ଷୀର ମିଶାଇ ସ୍ନାନ କଲେ ଆୟୁ ବୃଦ୍ଧି ହୋଇଥାଏ।
ସ୍ନାନ କରିବା ସମୟରେ ପାଣିରେ କିଛି ଦହି ମିଶାଇ ସ୍ନାନ କଲେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ହସଖୁସି ବାତାବରଣ ସହ ଜୀବନ କରିଥାଏ ସୁଖମୟ ବାସ୍ତୁର କିଛି ସରଳ ଉପାୟ
Popular Categories



