www.samajalive.in
Monday, December 8, 2025
27.1 C
Bhubaneswar

ଆଜି ପ୍ରଧାନ ବିଚାରପତିଙ୍କ ଶେଷ କାର୍ଯ୍ୟଦିବସ, ଦେଶବ୍ୟାପୀ ବିଚାରପତିଙ୍କୁ ଦେବେ ଉଦବୋଧନ

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି ଦିନ ସେ ପ୍ରଧାନ ବିଚାରପତି ପଦବୀରୁ ଅବସର ଗ୍ରହଣ କରିବେ। ତେବେ ଶୁକ୍ରବାର ସୁପ୍ରିମକୋର୍ଟରେ ଜଷ୍ଟିସ ଗୋଗୋଇଙ୍କର ଶେଷ କାର୍ଯ୍ୟଦିବସ ରହିଥିଲା। ତେଣୁ ସେ ସୁପ୍ରିମକୋର୍ଟର ୧ ନମ୍ବର ପ୍ରକୋଷ୍ଠରେ ଶେଷ ଥର ପାଇଁ ଖଣ୍ଡପୀଠରେ ସାମିଲ ହୋଇଥିଲେ। ସୁପ୍ରିମକୋର୍ଟର ୧ ନମ୍ବର ପ୍ରକୋଷ୍ଠଟି ପ୍ରଧାନ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଶୁକ୍ରବାର ଜଷ୍ଟିସ ଗୋଗୋଇ କେବଳ ୪ ମିନିଟ ପାଇଁ ଖଣ୍ଡପୀଠରେ ବସିଥିଲେ। ତାଙ୍କ ସହିତ ବିଚାରପତି ଏସ.ଏ. ବୋବଡେ ବି ସାମିଲ ଥିଲେ। ଖଣ୍ଡପୀଠରେ ଶୁଣାଣି ସମୟରେ ୧୦ଟି ମାମଲାରେ ପ୍ରଧାନ ବିଚାରପତି ନୋଟିସ ଜାରି କରିଥିଲେ।

ଏହି ଅବସରରେ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ ଅଧ୍ୟକ୍ଷ ରାକେଶ ଖାନ୍ନା ବାର୍‌ ତରଫରୁ ପ୍ରଧାନ ବିଚାରପତିଙ୍କୁ କୃତଜ୍ଞତା ଜଣାଇଥିଲେ। ସୁପ୍ରିମକୋର୍ଟର ଜଣେ ଅଧିକାରୀ କହିଛନ୍ତି, ଜଷ୍ଟିସ ଗୋଗୋଇ ଦିଲ୍ଲୀର ରାଜଘାଟ ଯିବେ। ଗତବର୍ଷ ସେ ଶପଥ ଗ୍ରହଣ କରିବା ପରେ ବି ରାଜଘାଟ ଯାଇଥିଲେ। ରାଜଘାଟରୁ ଆସିବା ପରେ ପ୍ରଥାନ ବିଚାରପତି ସମସ୍ତ ହାଇକୋର୍ଟର ୬୫୦ ବିଚାରପତି ଏବଂ ୧୫ ହଜାର ନ୍ୟାୟିକ ଅଧିକାରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହେବେ। ଏହି ଅବସରରେ ସେ ସମସ୍ତ ବିଚାରପତି ଏବଂ ନ୍ୟାୟିକ ଅଧିକାରୀମାନଙ୍କୁ ନିଜର କିଛି ବାର୍ତ୍ତା ପ୍ରଦାନ କରିବେ ବୋଲି ଆଶା କରାଯାଉଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories