www.samajalive.in
Wednesday, December 10, 2025
18.1 C
Bhubaneswar

ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା : ୧୭୦୦ରୁ ଊର୍ଦ୍ଧ୍ବ ଷ୍ଟଲ, ଏଥର ରିକ୍ସା ଓ ସାଇକଲରେ ମଜା ନେବେ ଦର୍ଶକ

କଟକ : ଐତିହାସିକ ରାଜ୍ୟ ମହୋତ୍ସବ ବାଲିଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୧୦ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଉଦ୍‍ଘାଟନ କରିଛନ୍ତି। ସେହିପରି ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେକା ସୂର୍ଯ୍ୟୋଦିପୁର ମଧ୍ୟ ଏଥିରେ ଅତିଥି ଭାବେ ଯୋଗଦେଇଥିଲେ । ଏହାସହ କଟକ ଜିଲାର ସମସ୍ଥ ବିଧାୟକ ଉପସ୍ଥିତ ଥିଲେ। ଚଳିତବର୍ଷ ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାଶ ପ୍ରସ୍ତୁତି କରାଯାଇଛି। ଏଥର ପ୍ରାୟ ୧୭୦୦ରୁ ଊର୍ଦ୍ଧ୍ବ ପ୍ଲଟ ଆବଣ୍ଟନ କରାଯାଇଛି। ତଳ ଓ ଉପର ପଡିଆରେ ବ୍ୟବସାୟୀଙ୍କୁ ଷ୍ଟଲ୍‍ ଆବଣ୍ଟନ ସରିଛି। ଆଜି ସକାଳୁ ଷ୍ଟଲ୍‍ଗୁଡିକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା। ଏଥର ତଳପଡିଆରେ ଓରମାସ ସମେତ କେତୋଟି ସରକାରୀ ଷ୍ଟଲ୍‍ ରହିଛି। ବାଲିଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ଅନେକ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚଳିତବର୍ଷ ପ୍ରଥମଥର ପାଇଁ ବାଲିଯାତ୍ରାରେ ପଥୋତ୍ସବ ଆୟୋଜନ କରାଯାଇଛି। ସକାଳରୁ ସଞ୍ଜ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓରମାସ ପକ୍ଷରୁ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଇଛି। ଓରମାସ ପରିସରରେ ୪୦୮ଟି ଷ୍ଟଲ ଖୋଲାଯାଇଛି। ଏଥିରେ ୨୫ଟି ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି। ଦୀର୍ଘବର୍ଷ ଧରି ବନ୍ଦ ହେବା ପରେ ଚଳିତବର୍ଷ ବାଲିଯାତ୍ରାରେ ତାରକସୀ ଶିଳ୍ପୀଙ୍କ ପାଇଁ ସ୍ୱତନ୍ତ୍ର ତାରକସୀ ହବ ଖୋଲାଯାଇଛି। ସେହିପରି ବାଲିଯାତ୍ରାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା ପାଇଁ ମୋ କଟକ ପାଭିଲିଅନ ମଧ୍ୟ ସ୍ଥାପନ କରାଯାଇଛି। ପରିବେଶ ପ୍ରଦୂଷଣ ସମ୍ପର୍କରେ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ପ୍ରଶାସନ ପକ୍ଷରୁ ବାଲିଯାତ୍ରାରେ ମୋ ରିକ୍ସା ଓ ମୋ ସାଇକଲ ଭଳି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରିକ୍ସା ଓ ସାଇକଲ ଚଢି ଦର୍ଶକ ବାଲିଯାତ୍ରାରେ ମଜା ନେଇପାରିବେ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories