www.samajalive.in
Wednesday, December 10, 2025
18.1 C
Bhubaneswar

ମା’ କିଚକେଶ୍ୱରୀଙ୍କ ସୁନାବେଶ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ଆଜି ସୁନାବେଶ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ  ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ମା’ଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଦର୍ଶନ ପାଇଁ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି।ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପରିସରରେ ଅନ୍ନପ୍ରସାଦର ସୁବିଧା କରାଯାଇ ଥିବା ବେଳେ ପ୍ରସାଦ ବଣ୍ଟନ ପାଇଁ ସ୍ଥାନୀୟ ମାରୱାଡ଼ି ଯୁବ ସ୍ବେଛାସେବୀମାନେ ନିୟୋଜିତ ହୋଇଥିଲେ। ଅନ୍ୟପକ୍ଷରେ ଗହଳି ନିୟନ୍ତ୍ରଣ କରି ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ଦର୍ଶନାର୍ଥୀମାଙ୍କ ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରି ୨ପ୍ଲାଟୁନ ପୁଲିସ ଫୋର୍ସ, ହୋମଗାର୍ଡ ସମେତ ଅଧିକାରୀଙ୍କୁ ମୁତୟନ କରାଯାଇଥିବା ସ୍ଥାନୀୟ ଉପଖଣ୍ଡ ପୁଲିସ ଅଧିକାରୀ କହିଛନ୍ତି ।

ମା’ଙ୍କର ସୁନାବେଶ ଦର୍ଶନ ପାଇଁ ବହୁ ଦୂରଦୁରାନ୍ତରୁ ଶ୍ରଦ୍ଧାଳୁମାନେ ଆସିଛନ୍ତି। ଏମିତିକି ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ପଡୋଷୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରୁ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିବା ପାଇଁ ଆଜିର ଦିନରେ ମା’କିଚକେଶ୍ୱରୀକୁ ଆସିଥାନ୍ତି। ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସତର୍କତା ଅବଲମ୍ବନ କରିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ସଂଯୋଗ କାରାଯିବା ସହିତ ପୁଲିସ ମୁତୟନ କାରାଯାଇଛି ।

- Advertisement -

ସୂଚନା ଥାଉକି, ମୟୁରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା’କିଚକେଶ୍ୱରୀଙ୍କ ଆବିର୍ଭାବ ଦ୍ୱାପର ଯୁଗରୁ ହୋଇଥିବା କୁହାଯାଏ। କିଚକଙ୍କ ଗଡ଼ର ଆରାଧ୍ୟଦେବୀ ମା’କିଚକେଶ୍ୱରୀଙ୍କ ଦ୍ୱାପରଯୁଗରୁ ଏଠାରେ ପୂଜା ପାଇ ଆସୁଥିବା ଜଣାଯାଏ। ମହାଭାରତର ପାଣ୍ଡବମାନେ ଅଜ୍ଞାତବାସରେ ଥିବା ବେଳେ ନିଜ ପରିଚୟ ଗୁପ୍ତରଖି ବିରାଟ ରାଜାଙ୍କର ରାଜସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେତେବେଳେ ବିରାଟରାଜାଙ୍କ ଶାଳକ କିଚକ ରାଜଧାନୀ ଖିଚିଂ ଠାରେ ଅବସ୍ଥିତ ଥିଲା । ମା’କିଚକେଶ୍ୱରୀ କୀଚକବାସୀଙ୍କ ଆରାଧ୍ୟଦେବୀ ଭାବେ ଖିଚିଂ ଠାରେ ପୂଜା ପାଉଥିଲେ। ପୁରାଣଯୁଗର ଏହି ମନ୍ଦିରର କିଛି ଅଂଶ ଭାଙ୍ଗିରୁଜି ଯାଇଥିଲା ବେଳେ ଭଗ୍ନାବଶେଷକୁ ତତ୍କାଳୀନ ମୟୁରଭଞ୍ଜ ରାଜ୍ୟର ମହାରାଜାଙ୍କ ଉଦ୍ୟମରେ ୧୮୩୮ମସିହାରେ କଳାମୁଗୁନିପଥର ଦ୍ୱାରା ଅଭିଜ୍ଞତା ସମ୍ପନ୍ନ କୁଶଳୀ ମହାରଣାଙ୍କୁ ନେଇ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୯୪୨ ମସିହାରେ ଶେଷ ହୋଇଥିଲା। ସେହିଦିନ ଠାରୁ ମା’କିଚକେଶ୍ୱରୀଙ୍କ ମନ୍ଦିରରେ ମା’ଙ୍କର ସୁନାବେଶ ଅନୁଷ୍ଠିତ ହୋଇଆସୁଛି।

ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକର ଖିଚିଂ ଠାରେ ରହିଛି ମା’କିଚକେଶ୍ୱରୀଙ୍କ ମନ୍ଦିର। ମନ୍ଦିର ପରିସରରେ ଥିବା ସବୁଜିମାପୂର୍ଣ୍ଣ ଶୋଭାରାଶି ମନ ମୁଗ୍ଧକର ହୋଇଥିବା ବେଳେ ସେଠାକାର ପରିବେଶ ମଧ୍ୟ ଶାନ୍ତ ଆଧ୍ୟାତ୍ମିକ ହୋଇଥାଏ। ସେହିପରି ଶ୍ରଦ୍ଧାଳୁମାନେ ନିଜର ମନସ୍କାମନା ଭକ୍ତିର ସହ ମା’ଙ୍କୁ ଜଣାଇଥାନ୍ତି। ପରେ ମା’ଙ୍କ ଆଶୀର୍ବାଦରେ ଶ୍ରଦ୍ଧାଳୁର ମନସ୍କାମନା ପୁରଣ ହେବା ପରେ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି ଏବଂ ଆଜି ଭଳି ପବିତ୍ର ଦିନରେ ମା’ଙ୍କ ସୁନାବେଶ ଦର୍ଶନ କରି କରୁଣା ଲାଭ କରିଥାନ୍ତି। ମା’ କିଚକେଶ୍ୱରୀଙ୍କ ମନ୍ଦିରକୁ ରାଜ୍ୟ ଓ ରାଜ୍ୟ ବାହାରୁ ପୂଜାର୍ଚ୍ଚନା କରିବା ପାଇଁ ଦୈନିକ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories