ଭଦ୍ରକ: ଧାମରାର ପ୍ରତିରକ୍ଷା ଘାଟି ନିକଟରେ ବୋଟ୍ ବୁଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୯ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଭୋର ସମୟରେ ପ୍ରତିରକ୍ଷା ଘାଟି ନିକଟରେ ଲଙ୍ଗର କରି ରହିଥିବା ବେଳେ ଢେଉ ମାଡରେ ବୋଟଟି ଭାଙ୍ଗି ବୁଡି ଯାଇଥିଲା। ବୋଟରେ ୯ ଜଣ ମତ୍ସ୍ୟଜୀବୀ ଥିଲେ। ସେମାନେ ଦୀର୍ଘ ୨ କିମି ପାଣିରେ ପହଁରି ନିକଟସ୍ଥ ଏକ ଜଙ୍ଗଲରେ ଆଶ୍ରୟ ନେଇଥିଲେ। ସେମାନଙ୍କୁ ଜିଲା ପ୍ରଶାସନ ଏପର୍ଯ୍ୟନ୍ତ ଉଦ୍ଧାର କରିନାହିଁ। ସୁରକ୍ଷିତ ଭାବେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।
Popular Categories



