www.samajalive.in
Tuesday, December 9, 2025
17.1 C
Bhubaneswar

କର୍ମଜୀବୀଙ୍କ ପାଇଁ ସୌନ୍ଦର୍ଯ୍ୟ ମନ୍ତ୍ର

ସାଧାରଣତଃ ସମସ୍ତେ ଏକ ସୁନ୍ଦର ଓ ଆକର୍ଷଣୀୟ ରୂପ ପାଇବାକୁ ଚାହାନ୍ତି। ବିଶେଷ କରି ମହିଳାମାନେ ଏହି ଦିଗ ପ୍ରତି ଅଧିକ ସମ୍ବେଦନଶୀଳ ଓ ସଚେତନ। ମାତ୍ର କର୍ମଜୀବୀ ମହିଳାମାନେ ସମୟ ଅଭାବରୁ ଚାହିଁଲେ ମଧ୍ୟ ନିଜ ତ୍ୱଚର ଯତ୍ନ ନେଇପାରନ୍ତି ନାହିଁ। ଫଳରେ ତ୍ୱଚା ଖରାପ ହେବାକୁ ଲାଗିଥାଏ। ଆଜି ଆମେ କର୍ମଜୀବୀ ମହିଳାମାନଙ୍କ ପାଇଁ କିଛି ସହଜ ସୌନ୍ଦର୍ଯ୍ୟ ମନ୍ତ୍ର ବିଷୟରେ କହିବୁ। ଯାହାପାଇଁ ଖୁବ୍ କମ୍ ସମୟ ଆବଶ୍ୟକ। ଏହି ଉପାୟ ଆପଣାଇ ଆପଣ ଏକ ଉଜ୍ବଳ ଓ ସୁନ୍ଦର ତ୍ବଚା ପାଇପାରିବେ।

୧.ଅଫିସରୁ ଫେରିବା ପରେ ଆପଣ ନଖ ଉଷୁମ ପାଣିରେ ନିଜ ତ୍ୱଚାକୁ ଭଲ ଭାବେ ସଫା କରିଦିଅନ୍ତୁ। ଉଷୁମ ପାଣିରେ ଗାଧେଇବା ଦ୍ୱାରା ଆପଣଙ୍କ ତ୍ୱଚାର ରନ୍ଧ୍ର ଗୁଡିକ ଖୋଲି ଯାଇଥାଏ। ଫଳରେ ଆପଣଙ୍କ ତ୍ୱଚା ଭଲ ଭାବେ ନିଶ୍ୱାସ ନେଇ ପାରିଥାଏ। ଏହାବ୍ୟତୀତ ଆପଣ ନଖ ଉଷୁମ ପାଣିରେ ଫାଳେ ଲେମ୍ବୁ ଚିପୁଡ଼ି ନିଜ କହୁଣୀ, ଆଣ୍ଠୁ, ବେକ, ପାଦ ଆଦି ସ୍ଥାନଗୁଡ଼ିକୁ ଭଲ ଭାବେ ସଫା କରିପାରିବେ।

- Advertisement -

୨.ନିଜ ତ୍ୱଚାକୁ ଶାନ୍ତ କରିବା ପାଇଁ ଆପଣ ଘରେ ଏକ ଘରୋଇ ପ୍ୟାକ୍ ତିଆରି କରି ତ୍ୱଚାରେ ଲଗାନ୍ତୁ । ଦହି ସହ କିଛି ଗୋଲାପ ଜଳ ମିଶାଇ ଏହାକୁ ତ୍ୱଚାରେ ଲଗାନ୍ତୁ ଓ ୧୫ ମିନିଟ ପାଇଁ ଛାଡି ଦିଅନ୍ତୁ। ପରେ ଉଷୁମ ପାଣିରେ ମୁହଁ ଧୋଇସାରି ଶୁଖିଲା କପଡ଼ାରେ ପୋଛି ଏକ ଭଲ ମଶ୍ଚରାଇଜର ଲଗାଇ ଦିଅନ୍ତୁ।

୩. ମୁହଁକୁ ସବୁଠୁ ଆକର୍ଷଣୀୟ କରିଥାଏ ଆଖି। ଲଗାତାର କମ୍ପ୍ୟୁଟର, ଲାପଟପ, ଫୋନ ଆଦିରେ କାମ କରିବା ଦ୍ୱାର ଆଖିର ମାଂସପେଷୀ କ୍ରମଶଃ ଦୁର୍ବଳ ହୋଇପଡେ। ଏହାର ଯଦି ଠିକ୍ ସମୟରେ ଯତ୍ନ ନିଆ ନ ଯାଏ, ତେବେ ବହୁ ଶୀଘ୍ର ଆଖି ଖରାପ ହୋଇଯାଏ। ଆଖିର ଚାରିପଟେ କଳା ଦାଗ ହୋଇଯାଏ। ଏଥିପାଇଁ ସବୁଠୁ ଉପଯୋଗୀ ହୋଇଥାଏ କାକୁଡି। କାକୁଡିକୁ ଗୋଲ ଗୋଲ କରି କାଟି ଆଖି ଉପରେ କିଛି ସମୟ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କ ଆଖିକୁ କେତେ ଆରାମ ଲାଗିବ ।

୪. ନିଜ ଶରୀରକୁ ଡିଜିଟାଲ ଡ଼ିଟକ୍ସ ନିଶ୍ଚିତ ରୂପେ କରନ୍ତୁ। ରାତିରେ ଶୋଇବାକୁ ଯିବା ସମୟରେ ସମସ୍ତ ଡିଜିଟାଲ ଜିନିଷକୁ ନିଜ ଠାରୁ ଦୁରେଇ ରଖନ୍ତୁ। ଘରେ କୌଣସି ବାସ୍ନା ଧୂପ ଲଗାନ୍ତୁ ଓ ନିଜ ରୁମ ଚାରି କଡରେ ବାସ୍ନା ମହମବତୀ ଲଗାନ୍ତୁ। ଏହା ଆପଣଙ୍କୁ ଏକ ସୁଖ ନିଦ୍ରା ଦେବା ସହ ଆପଣଙ୍କ ମନ ମସ୍ତିସ୍କ ତାଜା ହୋଇଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories