ଏହି ସରଳ ଉପାୟ ଦୂର କରେ ପେଟ ଜନିତ ଯନ୍ତ୍ରଣା

ପେଟ ଜନିତ ଯନ୍ତ୍ରଣା ବର୍ତ୍ତମାନ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ପେଟ ସମସ୍ୟା ହେବାର ଏକ ପ୍ରମୁଖ କାରଣ ହେଉଛି ବର୍ତ୍ତମାନର ଜୀବନ ଶୈଳୀ ଓ ଖାଦ୍ୟପେୟ। ମାତ୍ର କିଛି ସରଳ ସହଜ ଘରୋଇ ଉପାୟ ଆପଣଙ୍କ ପେଟ ଯନ୍ତ୍ରଣାକୁ ଦୂର କରିବ। ଜାଣନ୍ତୁ….
ପ୍ରତ୍ୟେକ ଦିନ ସକାଳ ସମୟରେ ଜିରା ଓ ଜୁଆଁଣୀ ପାଣି ପିଇବା ଦ୍ୱାରା ଏସିଡ଼ିଟି, କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବ। ତେଣୁ ପେଟ ପାଇଁ ଏହା ଖୁବ ଉପକାରୀ।
ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ଖାଦ୍ୟ ଭଲ ଭାବେ ହଜମ କରିଥାଏ।
ସଠିକ ସମୟରେ ଭୋକ ହୋଇଥାଏ।
ଜାଣନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ ….
ଏକ ଗ୍ଲାସରେ ପାଣି ନିଅନ୍ତୁ। ଏଥିରେ ଅଳ୍ପ ଜିରା ଓ ଜୁଆଁଣୀ ମିଶାନ୍ତୁ। ରାତି ଯାକ ଏହାକୁ ବତୁରାଇ ରଖନ୍ତୁ।
ସକାଳୁ ଉଠିବା ପରେ ଏହାକୁ ପିଅନ୍ତୁ। ଏଥିରେ ସମାନ୍ୟ ଅଦା ମଧ୍ୟ ମିଶାଇ ପାରିବେ।
ଆୟୁର୍ବେଦରେ ମଧ୍ୟ ଜିରା ଓ ଜୁଆଁଣୀର ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।

Comments are closed.