www.samajalive.in
Monday, December 8, 2025
20.1 C
Bhubaneswar

ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଯୋଗ ନ ଦେବାକୁ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍‍ଙ୍କ ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍‍ କହିଛନ୍ତି, ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଯୋଗ ନଦେବାକୁ ଭାରତର ନିଷ୍ପତ୍ତି କ୍ଷୁଦ୍ର ବ୍ୟବସାୟୀ ଓ ଦେଶୀୟ ଶିଳ୍ପର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସେ କହିଛନ୍ତି, ଆଞ୍ଚଳିକ, ବ୍ୟାପକ, ଅର୍ଥନୈତିକ ଭାଗିଦାରୀ ଉପରେ ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର – ଭାରତ ପ୍ରଥମେ ଅନୁସାରେ ନିଆଯାଇଛି।

ସେ କହିଛନ୍ତି, ବାଣିଜ୍ୟ ନିଅଣ୍ଟ ସନ୍ତୁଳନ କରିବା ଓ ଅନୈତିକ ଆମଦାନୀ ରୋକିବା ଆଦି ବିଷୟ ଭାରତ ଏଥିରେ ଉତ୍ଥାପନ କରିଥିଲା। ଗୋୟଲ୍‍ କହିଛନ୍ତି ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅନୈତିକ ବାଣିଜ୍ୟ ବ୍ୟବସ୍ଥାଠାରୁ ସୁରକ୍ଷା ଦେବାକୁ ହେବ। ସେ କହିଛନ୍ତି, ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଏକ ସନ୍ତୁଳିତ ବ୍ୟବସ୍ଥା ନୁହେଁ। ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ କେବେ ତାର ନାଗରିକମାନଙ୍କର ସ୍ୱାର୍ଥ ବିରୋଧରେ ଯିବ ନାହିଁ। ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍‍ କହିଛନ୍ତି, ୨୦୦୪ରୁ ୨୦୧୪ ଦଶ ବର୍ଷ ମଧ୍ୟରେ ଭାରତର ବ୍ୟବସାୟିକ କ୍ଷତି ପରିମାଣ ଆରସିଇପି ସହ ମୋଟ ୭୮ ବିଲିଅନ ଡଲାର ଥିଲା କିନ୍ତୁ ବର୍ତ୍ତମାନର ସରକାର ଏଥିରେ ବିକାଶ ଆଣିବା ସହ ଦେଶର ଅର୍ଥନୈତିକ ସ୍ତିତିରେ ଉନ୍ନତି ଆଣିବା ପାଇଁ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories