www.samajalive.in
Monday, December 8, 2025
24.1 C
Bhubaneswar

ଆସୁଛି ଆଉ ଏକ ଝଡ଼, ୧୦-୧୧ ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା

କଟକ: ଉତ୍ତର ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସ୍ଥିତି ସୃଷ୍ଟି ହୋଇଛି। ଯଦି ଏହା କ୍ରମେ ତୀବ୍ର ଅବପାତର ରୂପନେଇ ପୂର୍ବ-ଉତ୍ତରମୁହାଁ ଗତିକରେ ତାହେଲେ କାର୍ତ୍ତିକ ପୂର୍ଣ୍ଣମୀ ପୂର୍ବରୁ ଏହା ଓଡ଼ିଶାର ଉପକୂଳ ଜିଲାରେ କ୍ଷୟକ୍ଷତି ଘଟାଇବ। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏହି ପୂର୍ବାନୁମାନ କରାଯାଇଛି। ସୋମବାର ସୁଦ୍ଧା ଏହା ଲଘୁଚାପର ରୂପନେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ବଙ୍ଗୋପସାଗରରେ ଏକ ଝଡ଼ର ରୂପନେଇ ଉତ୍ତର ଆଡ଼କୁ ଗତି କରିବା ସମ୍ଭାବନା ରହିଛି। ଏହା ଆସନ୍ତା ୭ ତାରିଖ ସୁଦ୍ଧା ଲଘୁଚାପରୁ ତୀବ୍ର ଅବପାତରେ ପରିଣତ ହୋଇ ୯ରୁ ଏଥିଯୋଗୁଁ ଓଡ଼ିଶାର ଉପକୂଳ ଜିଲା ଗୁଡିକରେ ପ୍ରବଳ ବର୍ଷା ହେବା ପୂର୍ବାନୁମାନ କରାଯାଉଛି। ୧୦ରୁ ୧୧ ତାରିଖ ମଧ୍ୟରେ ଏହା ଧୀରେ ଧୀରେ ଏହା ଦକ୍ଷିଣ-ପୂର୍ବ ଉପକୂଳ ଦେଇ ଉତ୍ତର ଆଡ଼କୁ ଗତି କରି ଏହି ଝଡ଼ ଜଗତସିଂହପୁର ଓ ବାଲେଶ୍ବର ମଝିରେ ସ୍ଥଳଭାଗ ଛୁଇଁବା ଆଶଙ୍କା କରାଯାଉଛି। ଯଦି ଏହି ଲଘୁଚାପ ଆସନ୍ତାକାଲି ସୁଦ୍ଧା ରୂପ ନିଏ ଏବଂ ପରେ ତୀବ୍ର ଅବପାତରେ ପରିଣତ ହୋଇ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳ ଆଡ଼କୁ ଗତିକରେ ତେବେ ଆସନ୍ତା ୧୦-୧୧ ତାରିଖ ମଧ୍ୟରେ ଏହା ଉପରୋକ୍ତ ଦୁଇ ଜିଲା ମଝି କେନ୍ଦ୍ରାପଡ଼ାର ଫଲ୍ସ ପଏଣ୍ଟରେ ଭୂମିପାତ ହେବା କେନ୍ଦ୍ର ପୃଥ୍ବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଇଣ୍ଡିଆନ୍ ନେସନାଲ ସେଣ୍ଟର ଫର୍‌ ଓସେନ୍‌ ଇନ୍‌ଫରମେସନ୍‌ ସର୍ଭିସ୍‌ (ଆଇଏନସିଓଆଇଏସ) ମଡେଲରୁ ଜଣାପଡିଛି। ମେ ୩ ତାରିଖରେ ଓଡ଼ିଶାରେ ପ୍ରଳୟଙ୍କରୀ ମହାବାତ୍ୟା ଫଣି ପରେ ଅକ୍ଟୋବର-ନଭେମ୍ବରରେ ବଙ୍ଗୋପସାଗରରେ ବାତ୍ୟା ଅଧିକାଂଶ ସମୟରେ ଦେଖାଯାଇଥାଏ। ନିକଟରେ ଶାନ୍ତ ଆରବ ସାଗରରେ କ୍ୟାର ଓ ମହା ଭଳି ଦୁଇ ଭୟଙ୍କର ବାତ୍ୟା ବ୍ୟାପକ କ୍ଷତି ଘଟାଇଥିବାବେଳେ ଆସନ୍ତା କାର୍ତ୍ତିକ ପୂର୍ଣ୍ଣମୀବେଳକୁ ଏଭଳି ବାତ୍ୟା ଓଡ଼ିଶା ଲାଗି ଆସିପାରେ ବୋଲି ପାଣିପାଗ ଚିତ୍ରରୁ ଜଣାପଡିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories