www.samajalive.in
Tuesday, December 9, 2025
15.1 C
Bhubaneswar

ଜଷ୍ଟିସ ବୋବଡେ ହେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ: ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବେ। ଏହା ପରେ ୧୮ ତାରିଖରେ ଜଷ୍ଟିସ ବୋବଡେ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ଅବସର ନେବା ପୂର୍ବରୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିଥାନ୍ତି। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଜଷ୍ଟିସ ବୋବଡେଙ୍କ ନାମ ସୁପାରିସ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାହା ଉପରେ ମୋହର ମାରିଛନ୍ତି।

ସୂଚନାଯୋଗ୍ୟ, ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ନଭେମ୍ବର ୧୭ରେ ପ୍ରକାଶ ପାଇବାକୁ ଥିବାବେଳେ ସେହିଦିନ ପ୍ରଧାନବିଚାରପତି ଅବସର ଗ୍ରହଣ କରିବେ। ତାଙ୍କ ପରେ ଜଷ୍ଟିସ ଏସ.ଏ. ବୋବ୍‌ଡେ ପ୍ରଧାନ ବିଚାରପତି ସ୍ଥାନ ଅଳଙ୍କୃତ କରିବେ। ଜଷ୍ଟିସ ବୋବଡେ ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଆସନ୍ତା ୨୦୨୧ ଏପ୍ରିଲ ୨୩ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories