www.samajalive.in
Sunday, December 7, 2025
26.1 C
Bhubaneswar

ମନୋହରଲାଲ୍‍ଙ୍କ ନେତୃତ୍ବରେ ରବିବାର ଶପଥ ନେବ ହରିୟାଣାର ମେଣ୍ଟ ସରକାର

ଚଣ୍ଠୀଗଡ଼ : ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ମନୋହରଲାଲ୍‍ ଖଟ୍ଟର ରବିବାର ଶପଥ ଗ୍ରହଣ କରିବେ। ସେହିପରି ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ହେବା ସ୍ଥିର ହୋଇଛି। ବିଜେପି ଓ  ଜେଜେପି ମେଣ୍ଟ ରାଜ୍ୟରେ ନୂଆ ସରକାର ଗଠନ କରିବେ। ମେଣ୍ଟ ଅନୁଯାୟୀ ବି.ଜେ.ପି. ପାଖରେ ମୁଖ୍ୟମନ୍ତ୍ରୀ ପଦ ରହିବ ଓ ଜେ.ଜେ.ପି.କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ।

ଶନିବାର ବରିଷ୍ଠ ବି.ଜେ.ପି. ନେତା ମନୋହରଲାଲ୍‍ ଖଟ୍ଟର୍‍ ସର୍ବସମ୍ମତିକ୍ରମେ ବିଜେପି. ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଧାୟକ ଦଳ ବୈଠକ ପରେ ଏହା ଘୋଷଣା କରିଛନ୍ତି। ଶ୍ରୀ ପ୍ରସାଦଙ୍କ ସହ ପାର୍ଟିର ସାଧାରଣ ସମ୍ପାଦକ ଅରୁଣ ସିଂହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବିଧାୟକ ଦଳ ବୈଠକରେ ଯୋଗ ଦେଇଥିଲେ। ବିଧାୟକ ଅନିଲ୍‍ ବିଜ୍‍ ଓ କୁଅଁର୍‍ପାଲ୍‍ ଶ୍ରୀ ଖଟ୍ଟର୍‍ଙ୍କ ନାମ ପ୍ରସ୍ତାବ ଦେଇଥିଲାବେଳେ ବିଜେପିର ଅନ୍ୟ ବିଧାୟକମାନେ ଏହି ପ୍ରସ୍ତାବ ପ୍ରତି ସମର୍ଥନ ଜଣାଇଥିଲେ।

- Advertisement -

ବିଧାୟକ ଦଳ ନେତା ନିର୍ବାଚିତ ହୋଇସାରିଥିବାରୁ ଶ୍ରୀ ଖଟ୍ଟର୍‍ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟଙ୍କୁ ସାକ୍ଷାତ୍‍ କରି ସରକାର ଗଠନ କରିବାକୁ ଦାବି କରିବେ। ଜନନାୟକ ଜନତା ପାର୍ଟି (ଜେ.ଜେ.ପି.)ର ବିଧାୟକମାନେ ମଧ୍ୟ ଏକ ବୈଠକରେ ମିଳିତ ହୋଇଛନ୍ତି। ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ମଧ୍ୟ ଆଜି ରାଜ୍ୟପାଳଙ୍କୁ ଭେଟି ବିଜେପିକୁ ତାଙ୍କ ପାର୍ଟିର ସମର୍ଥନ ପତ୍ର ପ୍ରଦାନ କରିବେ।

ଅନ୍ୟପକ୍ଷରେ  ପୂର୍ବତନ ଉପପ୍ରଧାନମନ୍ତ୍ରୀ ଚୌଧୁରୀ ଦେବୀଲାଲ୍‍ଙ୍କ ଅଣନାତି ଦୁଷ୍ୟନ୍ତ ଚୌତାଲା କହିଛନ୍ତି, ରାଜ୍ୟରେ ସ୍ଥିରତା ପାଇଁ ଏହି ମେଣ୍ଟ ଗଠନ କରିବାର ଆବଶ୍ୟକତା ଥିଲା ବୋଲି ତାଙ୍କ ପାର୍ଟି ବିଶ୍ୱାସ କରେ। ୯୦ ସଦସ୍ୟ ବିଶିଷ୍ଟ
ରାଜ୍ୟ ବିଧାନସଭାରେ ୪୦ଟି ଆସନ ସହ ବି.ଜେ.ପି. ସର୍ବବୃହତ୍‍ ପାର୍ଟି ଭାବେ ଉଭାହୋଇଛି । କଂଗ୍ରେସକୁ ୩୧ଟି ଆସନ ମିଳିଥିବାବେଳେ ଜନନାୟକ ଜନତା ପାର୍ଟିକୁ ୧୦ଟି ଆସନ, ଆଇଏନ୍‍ଏଲ୍‍ଡି ଓ ହରିୟାଣା ଲୋକହିତ ପାର୍ଟିକୁ ଗୋଟିଏ ଲେଖାଏଁ ଆସନ ମିଳିଥିବାବେଳେ ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ୭ଟି ଆସନ ମିଳିଛି। ଏହି ୭ ଜଣଯାକ ନିର୍ଦ୍ଦଳୀୟ ବିଧାୟକ ମଧ୍ୟ ବିଜେପି ପ୍ରତି ସମର୍ଥନ ପ୍ରଦାନ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories