www.samajalive.in
Monday, December 8, 2025
27.1 C
Bhubaneswar

୩ୟ ଟେଷ୍ଟରେ ବିଜୟ ସହ ୩-୦ରେ ସିରିଜ ପୋଛିନେଲା ଟିମ୍‌ ଇଣ୍ଡିଆ

ରାଞ୍ଚି: ରାଞ୍ଚିରେ ଖେଳାଯାଉଥିବା ୩ୟ ଟେଷ୍ଟ ମ୍ୟାଚରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧ ଇନିଂସ ଏବଂ ୨୦୨ରନ୍‌ ବ୍ୟବଧାନରେ ପରାଜିତ କରିଛି। ଫଳରେ ଟିମ୍‌ ଇଣ୍ଡିଆ ଅନ୍ତିମ ମ୍ୟାଚରେ ବିଜୟ ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି।

ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ଦ୍ବିଶତକ, ରାହାଣେଙ୍କ ଶତକ ବଳରେ ୪୯୭ ରନ୍‌ର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୬୨ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଫଲୋଅନ ଦିଆଯିବା ପରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ୨ୟ ଇନିଂସ ଆରମ୍ଭ କରିଥିଲା। କିନ୍ତୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ କାରଣରୁ ଦଳ କ୍ରମାଗତ ୱିକେଟ ହରାଇ ୧୩୩ ରନରେ ସୀମିତ ରହିଥିଲା। ୪ର୍ଥ ଦିନ ଖେଳର ପ୍ରଥମ ସେସନ ଆରମ୍ଭରୁ ଦଳ ପୂର୍ବ ଦିନର ସ୍କୋର ୧୩୨ରେ ଆଉ ଗୋଟିଏ ରନ ଯୋଡ଼ିବାରେ ସମର୍ଥ ହୋଇ ବଳକା ୨ ୱିକେଟ ହରାଇଥିଲା। ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ଏବଂ ଉମେଶ ଯାଦବ ଓ ନଦୀମ ୨ଟି ଲେଖାଏ ୱିକେଟ ନେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories