www.samajalive.in
Tuesday, December 9, 2025
17.1 C
Bhubaneswar

କରତ କଳରେ ଭିଜିଲାନ୍ସ ଚଢ଼ାଉ, ୧୨ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

ପିପିଲି: ବଳଙ୍ଗା ଥାନା ଅନ୍ତର୍ଗତ ହରିପୁର ବଜାରଠାରେ ଥିବା ଏକ ବେଆଇନ କରତ କଳ ଉପରେ ମଙ୍ଗଳବାର ଚଢ଼ାଉ କରାଯାଇଛି। ଭୁବନେଶ୍ଵର ଭିଜିଲାନ୍ସ ଡିଭିଜନର ଫରେଷ୍ଟ ୱିଙ୍ଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ୧୨ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଯନ୍ତ୍ରାଂଶ ଏବଂ କାଠ ଜବତ ହୋଇଛି।

ସୂଚନା ଅନୁସାରେ, ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଏକାଧିକ ବେଆଇନ କରତକଳ ଚାଲୁଥିବା ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଫରେଷ୍ଟ ୱିଙ୍ଗ ମୁଖ୍ୟ ତଥା ସହକାରୀ ବନଖଣ୍ଡ ଅଧିକାରୀ ବିଷ୍ଣୁ ଚରଣ ବେହେରାଙ୍କ ନେତୃତ୍ୱରେ ମଙ୍ଗଳବାର ହରିପୁର ବଜାରଠାରେ ବେଆଇନ ଭାବେ ଚାଲୁଥିବା ଏକ କରତକଳ ଉପରେ ଅଚାନକ ଚଢାଉ କରାଯାଇଥିଲା।  କରତକଳ ଚାଲୁଥିବା ଅବସ୍ଥାରେ ଚଢାଉ ହୋଇଥିଲା। ଏହି ସମୟରେ କରତକଳର ମାଲିକ ସେଠାରୁ ଫେରାର୍‍ ହୋଇ ଯାଇଥିବାବେଳେ ୧୨ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର କରତକଳ ଯନ୍ତ୍ରାଂଶ, ଚିରା କାଠପଟା, କାଠଗଣ୍ଡିକୁ ଜବତ କରାଯାଇଛି। ବେହେରାଙ୍କ ନେତୃତ୍ୱରେ ଚାଲିଥିବା ଏହି ଚଢାଉରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ସହକାରୀ ବନ ସଂରକ୍ଷକ ରବି ମହାପାତ୍ର, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଡିଏସ୍‍ପି ଅନୁପମା ମହାପାତ୍ର ସହଯୋଗ କରିଥିବା ବେଳେ ଭିଜିଲାନ୍ସ ଆଇଆଇସି ବି.ଏନ୍‍. ନାୟକ, ମନୋରଞ୍ଜନ ପାଇକରାୟ, ଜି. ବେହେରାଙ୍କ ସମେତ ୧୦ରୁ ଉର୍ଦ୍ଧ ଅଧିକାରୀ, ସ୍ୱତନ୍ତ୍ର ପୁଲିସ ସ୍କ୍ୱାଡ୍‌, ପିପିଲି ଓ ବଳଙ୍ଗା ଥାନା କର୍ମଚାରୀ ସାମିଲ ହୋଇଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଚଢାଉ ଚାଲିଥିବା ସୂଚନା ମିଳିଛି। ଚଢାଉ ପରେ ଉକ୍ତ ବେଆଇନ କରତକଳକୁ ସିଲ୍‍ କରାଯାଇ ପୁରୀ ବନଖଣ୍ଡ ଡିଭିଜନକୁ ହସ୍ତାନ୍ତର କରାଯିବ ବୋଲି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଫରେଷ୍ଟ ୱିଙ୍ଗ ମୁଖ୍ୟ ବେହେରା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories