ତେହରାନ: ସାଉଦି ଆରବ ସମୁଦ୍ର ତଟରେ ଶୁକ୍ରବାର ଇରାନର ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଯୋଗୁ କ’ଣ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ। କିନ୍ତୁ ଏହି ବିସ୍ଫୋରଣ ଯୋଗୁ ସ୍ଥାନୀୟ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ। ବିସ୍ଫୋରଣ ପରେ ସାଉଦି ଆରବ ଏବଂ ଇରାନ ମଧ୍ୟରେ ବିବାଦ ଅଧିକ ଘନେଇବା ଆଶଙ୍କା ରହିଛି। ସୂଚନାଯୋଗ୍ୟ, କିଛି ସପ୍ତାହ ତଳେ ସାଉଦି ଆରବରେ ଆରାମକୋ କମ୍ପାନୀ ୨ଟି ତୈଳ କାରଖାନା ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା। ଏଥିପାଇଁ ସାଉଦି ଆରବ ଇରାନକୁ ଦାୟୀ କରିଥିଲା। ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାନ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ହେବା ପରେ ଏହି ଉତ୍ତେଜନା ଆହୁରି ବଢ଼ିବ ବୋଲି କୁହାଯାଉଛି।
Popular Categories



