www.samajalive.in
Wednesday, December 10, 2025
18.1 C
Bhubaneswar

ନୟାପଲ୍ଳୀ ଦୁର୍ଗାପୂଜା ସମିତିର କିନ୍ନରମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ବହୁତ ଲୋକ ଅଛନ୍ତି ଯେଉଁମାନେ କି କିନ୍ନରମାନଙ୍କୁ ଘୃଣା କରିବା ସହିତ ଥଟ୍ଟା ପରିହାସ ମଧ୍ୟ କରନ୍ତି ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସହଯୋଗର ହାତ ମଧ୍ୟ ବଢାନ୍ତି ନାହିଁ। କିନ୍ତୁ ଚଳିତ ବର୍ଷ ନୟାପଲ୍ଲୀ ଦୁର୍ଗାପୂଜା ସମିତିର ସଭାପତି ପବିତ୍ର ମୋହନ ବେହେରାଙ୍କ ନେତୃତ୍ୱ, ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁଙ୍କ ଉଦ୍ୟମ ଓ ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନରଙ୍କ ସହଯୋଗରେ ଆଜି ନୟାପଲ୍ଲୀ ଦୁର୍ଗାପୂଜା ସମିତି କିନ୍ନରମାନଙ୍କୁ ସ୍ୱେଚ୍ଛାସେବୀ ଭାବେ ଚୟନ କରିବା ଏବଂ ଦଶମୀ ପୂଜା ଦିନ ବ୍ରହ୍ମପୁରର ସୁଇଟ୍‍ ହାର୍ଟ ଡ଼୍ୟାନ୍ସଗ୍ରୁପର ସଭାପତି ସୁଇଟି ସାହୁଙ୍କ ଟିମ ଓଡ଼ିଶୀ, ଛନ୍ଦ, ଆଧୁନିକ ଗୀତରେ ଦର୍ଶକମାନଙ୍କ ମନ ମୋହିଥିବା ବେଳେ ଏଥିରେ ଅନୁଷ୍କା, ତାରିଣୀ, ସର କିନ୍ନର ଓ କଟକର ମାତୃଶକ୍ତି ଡ଼୍ୟାନ୍ସ ଏକାଡ଼େମୀ ମିଠି କିନ୍ନରଙ୍କ ଗ୍ରୁପ୍‍ ସମ୍ବଲପୁରୀ, ଆଧୁନିକ, ଦୁର୍ଗା ବନ୍ଦନା କରିବା ସହ ଏଲିନା, ଦେବୀ, ଦୁଷ୍ମନ୍ତ, ଅପ୍ସରା, ତାରିଣୀ କିନ୍ନର ପ୍ରମୁଖ ଏବଂ ଭୁବନେଶ୍ୱର ଟିଜି ସୁରକ୍ଷା ଟ୍ରଷ୍ଟ ଡ଼୍ୟାନ୍ସ ଗ୍ରୁପ୍‍ର ବର୍ଷା, ମେନକା ପ୍ରମୁଖଙ୍କ ନାଚ ପୂଜାରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କୁ ମତୁଆଲା କରିଥିଲା। ଦର୍ଶକମାନେ କିନ୍ନରମାନଙ୍କ ନାଚର ତାଳେ ତାଳେ ନାଚିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ ପଟ୍ଟନାୟକ କିନ୍ନରମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ସେମାନଙ୍କୁ ସ୍ନେହ ଶ୍ରଦ୍ଧା କରିବା ପାଇଁ ଉପସ୍ଥିତ ଥିବା ଦର୍ଶକମାନଙ୍କୁ ବୁଝାଇଥିଲେ। ଏସିପି ଅନିଲ କୁମାର ମିଶ୍ର କିନ୍ନରମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ। ନୟାପଲ୍ଳୀ ଦୁର୍ଗାପୂଜା ସମିତିର କୁନାନନ୍ଦ ଓ ସଭାପତି ପବିତ୍ର ମୋହନ ବେହେରାଙ୍କ ଉପସ୍ଥିତିରେ ସମସ୍ତ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଏବଂ ଏସିପି ମହୋଦୟ ମାନପତ୍ର ପ୍ରଦାନ କରିବା ସହ ଭାରତର ପ୍ରଥମ ପଞ୍ଚତାରକା ଓବେର କିନ୍ନର ଡ୍ରାଇଭର ରାଣୀ କିନ୍ନରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୁର୍ଗାପୂଜା ସମିତିର ବହୁ ସଦସ୍ୟ ଓ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories