ଭୁବନେଶ୍ବର: ରାଜ୍ୟରେ ଆର୍ଥିକ ଅନଗ୍ରସର ବର୍ଗର ପିଲାମାନଙ୍କ ପାଇଁ ବ୍ୟାପକ ସଂରକ୍ଷଣ ବ୍ୟବସ୍ଥା ନ ଥିବା ବେଳେ ସେମାନେ ଯେପରି ଶିକ୍ଷା ଗ୍ରହଣରୁ ବାଦ୍ ନ ପଡ଼ିବେ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଇଡବ୍ଲୁଏସ (Economically Weaker Section) ବା ଆର୍ଥିକ ଅନଗ୍ରସର ବର୍ଗର ପିଲାଙ୍କ ନାମଲେଖା ଏଣିକି ଅଫଲାଇନ ଅର୍ଥାତ ବିଦ୍ୟାଳୟ ସ୍ଥରରେ କରା ନ ଯାଇ ଅନଲାଇନରେ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଇଡବ୍ଲୁଏସ ଆଡମିଶନ ଅଧିକାର ଆଗରୁ ସ୍କୁଲମାନଙ୍କ ପାଖରେ ରହୁଥିଲା।
ସୂଚନା ଅନୁଯାୟୀ, ପୂର୍ବରୁ ଇଡବ୍ଲୁଏସ ନିୟମକୁ ଉଲ୍ଲଙ୍ଘନ କରି ବଳକା ଆସନରେ ସାଧାରଣ ବର୍ଗ ପିଲାଙ୍କ ଆଡମିଶନ ଅଭିଯୋଗ ହୋଇଥିଲା। ଡିଏଭି ସ୍କୁଲ ନାଁରେ ଏପରି ଅଭିଯୋଗ ଆଣିଥିଲେ ରାଜ୍ୟ ଅଭିଭାବକ ମହାସଂଙ୍ଘ।



