ସରିଲା ଓଜେଇଇ, ୩୧ ସୁଦ୍ଧା ଫଳ
ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ‘ଓଜେଇ ୨୦୧୮’ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୩୦ଟି ଜିଲା ସଦର ମହକୁମା ସହରରେ ୪୮,୩୧୬ଜଣ ଛାତ୍ରଛାତ୍ରୀ ଜେଇଇ ପରୀକ୍ଷା ଦେଇଛନ୍ତି। ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଛି ଏବଂ ଓଜେଇ ପରୀକ୍ଷାଫଳ ମେ’ ୩୧ସୁଦ୍ଧା ପ୍ରକାଶ ପାଇବ ବୋଲି ଓଜେଇ ସେକ୍ରାଟାରି ଡ.ରଞ୍ଜନ କୁମାର ଜେନା ସୂଚନା ଦେଇଛନ୍ତି।
ଓଜେଇ ପରୀକ୍ଷା ୨ଟି ସିଟିଂରେ ଅନୁଷ୍ଠିତ ହୋଇଥିଲା।। ପ୍ରଥମ ସିଟିଂ ୯ଟାରୁ ଆରମ୍ଭ ହୋଇ ୧୨ଟାରେ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମ ସିଟିଂକୁ ୩ଟି ସେସନ୍ରେ ଭାଗ କରାଯାଇଇଥିଲା। ପ୍ରଥମ ସେସନ୍ ୯ରୁ ୧୦ଟା, ଦ୍ୱିତୀୟଟି ୯ରୁ ୧୧ ଏବଂ ତୃତୀୟ ସେସନ୍ ୯ରୁ ୧୨ ପର୍ଯ୍ୟନ୍ତ ଚାଲିଥିଲା। ସେହିପରି ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ମ ୨ଟାରୁ ଆରମ୍ଭ ହୋଇ ୪ଟାରେ ସରିଥିଲେ। ପ୍ରତ୍ୟେକ ସିଟିଂର ଏକ ଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ରିପୋର୍ଟିଂ କରିଥିଲେ। କେନ୍ଦ୍ର ବାହାରେ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ଭିତରକୁ ଯିବା ପାଇଁ ସେମାନଙ୍କୁ କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରୀକ୍ଷାକେନ୍ଦ୍ର ଗୁଡିକରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କେନ୍ଦ୍ରଗୁଡିକ ମଧ୍ୟକୁ ମୋବାଇଲ୍ ଫୋନ୍ ଓ କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନେବାକୁ ବାରଣ କରାଯାଇଥିଲା।
‘ଓଜେଇ ୨୦୧୮’ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ, ଆର୍କିଟେକ୍ଚର୍, ମ୍ୟାନେଜ୍ମେଣ୍ଟ ଓ ମେଡ଼ିକାଲ୍ ସାଇନ୍ସ ପାଠ୍ୟକ୍ରମରେ ନାମଲେଖାଇପାରିବେ।