www.samajalive.in
Tuesday, December 9, 2025
17.1 C
Bhubaneswar

ସିଏସି ମୁଖ୍ୟ ପଦରୁ ଇସ୍ତଫା ଦେଲେ କପିଳ ଦେବ

ମୁମ୍ବଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କିମ୍ବନ୍ଦନ୍ତୀ କ୍ରିକେଟର କପିଳ ଦେବ ବିସିସିଆଇର କ୍ରିକେଟ ଆଡଭାଇଜରି କମିଟି(ସିଏସି) ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। କପିଳ ଦେବ ୩ ଜଣିଆ ସଦସ୍ୟ ବିଶିଷ୍ଟ ସିଏସିର ମୁଖ୍ୟ ଥିଲେ। ସେ ତାଙ୍କ ଇସ୍ତଫାପତ୍ର ବିସିଆଇକୁ ପଠାଇ ଦେଇଛନ୍ତି।

ସୂଚନା ମୁତାବକ, ସିଏସିରେ କପିଳ ଦେବ ମୁଖ୍ୟ ଥିଲାବେଳେ ଅଂଶୁମାନ ଗାଏକୱାଡ ଏବଂ ସନ୍ଥ ରଙ୍ଗସ୍ବାମୀ ସଦସ୍ୟ ରହିଥିଲେ। କିନ୍ତୁ ବ୍ୟକ୍ତିଗତ ସ୍ବାର୍ଥକୁ ନେଇ କମିଟିରେ ବିବାଦ ରହିଥିବା ନେଇ ଏମପିସିଏର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଅଭିଯୋଗ କରିଥିଲେ। ଏହାପରେ ବିସିସିଆଇର ନୀତିଶାସ୍ତ୍ର ଅଧିକାରୀ ଡି.କେ. ଜୈନ କମିଟିକୁ ଏକ ନୋଟିସ ଜାରି କରିଥିଲେ। ନୋଟିସ ମିଳିବାର ପରଦିନ ରଙ୍ଗସ୍ବାମୀ କମିଟିରୁ ଇସ୍ତଫା ଦେଇଥିଲେ। କପିଳ ଦେବ କହିଛନ୍ତି, ଲୋକମାନେ ଯଦି କିଛି ଅଭିଯୋଗ କରୁଛନ୍ତି, ତା’ହେଲେ ତାହା ଠିକ୍‌ ଅଛି। କିନ୍ତୁ ବିସିସିଆଇର ନୀତିଶାସ୍ତ୍ର ଅଧିକାରୀ ଯଦି ସବୁ ଅଭିଯୋଗଗୁଡ଼ିକୁ ଗୁରୁତ୍ଵ ଦେବେ ଏବଂ ତାହାକୁ ଆଧାର କରି କାମ କରିବେ, ତେବେ ତାହା ଏକ ଭିନ୍ନ ପରିବେଶ ସୃଷ୍ଟି କରିବ। ପ୍ରଶାସନରେ କାମ କରିବା କଷ୍ଟକର ହେବ। ତେଣୁ ମୁଁ ଇସ୍ତଫା ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories