www.samajalive.in
Tuesday, December 9, 2025
17.1 C
Bhubaneswar

କଲକାତାର ଏସବୁ ସ୍ଥାନରେ ନିଅନ୍ତୁ ଭ୍ରମଣ ସହ ସ୍ୱାଦିଷ୍ଟ ବ୍ୟଞ୍ଜନର ମଜା

କଲକାତାରେ ଦଶହରା ବେଶ ପ୍ରସିଦ୍ଧ। ଏହି କାରଣରୁ ଦଶହରା ସମୟରେ ବହୁ ଲୋକେ କଲକାତାକୁ ବୁଲିବାକୁ ଯାଆନ୍ତି। ଏଠାରେ ଭ୍ରମଣ ପାଇଁ ବହୁ ସ୍ଥାନ ରହିଛି। ମାତ୍ର ଖାଦ୍ୟପେୟର କଥା ଆସିଲେ କଲକାତାର ଷ୍ଟ୍ରିଟ୍‍ ଫୁଡ଼୍‍ ଭାରତର ସବୁଠାରୁ ଉତ୍ତମ ଷ୍ଟ୍ରିଟ୍‍ ଫୁଡ଼୍‍ ବୋଲି କୁହାଯାଏ।। ପାନିପୁରୀ ଯାହାକୁ ଆମେ ଗୁପଚୁପ କହୁ ଏଠାରେ ତାହା ବେଶ ପ୍ରସିଦ୍ଧ।
କାଠି ରୋଲସ୍‍
ନ୍ୟୁ ମାର୍କେଟରେ କାଠି ରୋଲସ୍‍ ଅଧିକ ପରିମାଣରେ ମିଳିଥାଏ। ଏହା ଛଡ଼ା ଏହି ମାର୍କେଟରେ ସ୍ନାକସ୍‍ ମିଳିଥାଏ। ଯାହା ତାଲେଭାଜା ବୋଲି ବେଶ ପ୍ରସିଦ୍ଧ ଅଟେ।
ଫ୍ରାଇ ଫିସ୍‍
ଗୋଲପାର୍କ ୫- ପଏଣ୍ଟ କ୍ରସିଙ୍ଗ ନିକଟରେ ଥିବା ବଜାରରେ ଫ୍ରାଇ ଫିସ୍‍ ମିଳିଥାଏ। ଏଠାକାର ଏହା ଏକ ପ୍ରସିଦ୍ଧ ବ୍ୟଞ୍ଜନ ଅଟେ।
ପ୍ରସିଦ୍ଧ ବେଙ୍ଗୋଲୀ ଖାଦ୍ୟ –
ନ୍ୟୁ ମାର୍କେଟ ଅଞ୍ଚଳରେ ଥିବା କସ୍ତୁରୀ ରେଷ୍ଟ୍ରୁରାଣ୍ଟ ଖାଦ୍ୟ ଖୁବ ପ୍ରସିଦ୍ଧ। ଭେକ୍ଟି ମାଛର ଏକ ତରକାରୀ, ବିଭିନ୍ନ ଆମିଷରେ ପ୍ରସ୍ତୁତ ତରକାରୀ, ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଏଠାରେ ମିଳେ। ଏଠାକାର ସମସ୍ତ ଖାଦ୍ୟ ଖୁବ ସ୍ୱାଦିଷ୍ଟ ବୋଲି ଏଠାରେ ଖୁବ ଭିଡ଼ ପରିଲକ୍ଷିତ ହୋଇଥାଏ।
ସ୍ୱାଦିଷ୍ଟ ରସୋଗଲା –
କଲକାତାର ଭବାନୀପୁରରେ ଥିବା ଦୋକାନରେ ମିଳୁଥିବା ରସୋଗଲା ଖୁବ ପ୍ରସିଦ୍ଧ ଅଟେ। ଏଠାରେ ମିଳୁଥିବା ରସମଲେଇ, ରାଜଭୋଗ, ସନ୍ଦେଶ ଖାଇଲେ ମନ ଶାନ୍ତି ହୋଇଯାଏ। ଗୁଡରେ଼ ପ୍ରସ୍ତୁତ ହୋଇଥିବା ରସୋଗଲା ମଧ୍ୟ ଏଠାରେ ମିଳିଥାଏ। ଯାହାକୁ ଖାଇବାକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ।
୧୦୦୧ ଟଙ୍କାର ପ୍ରସିଦ୍ଧ ପାନ – 
ବହୁ ଲୋକେ ୧୦୦୧ ଟଙ୍କାର ପାନ ଖାଇନଥିବେ। କଲକାତାରେ କଲେଜ ଷ୍ଟ୍ରିଟ୍‍ ରେ ଥିବା ପାଖାପାଖି ୮ ରୁ ୧୦ ଟି ପ୍ରସିଦ୍ଧ ପାନ ଦୋକାନ ରହିଛି। ଏଠାରେ ୫ ଟଙ୍କାରୁ ୧୦୦୧ ଟଙ୍କା ପର୍ଯ୍ୟନ୍ତ ପାନ ମିଳିଥାଏ। ଏଠାକାର ଦୋକାନରେ ମିଳୁଥିବା ପାନ ଏକ ଚର୍ଚ୍ଚାର ବିଷୟ ହେବା ସହ ଅନ୍ୟ ଦେଶମାନଙ୍କରେ ମଧ୍ୟ ଖୁବ ପ୍ରସିଦ୍ଧ ଅଟେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories