www.samajalive.in
Tuesday, December 9, 2025
16.1 C
Bhubaneswar

କଷା ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀ
ଚିଙ୍ଗୁଡ଼ି – ୫୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
କଟା ଟମାଟୋ – ୧ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ବଟର – ୧ ଚାମଚ
କ୍ଷୀର ସର – ୧ ଚାମଚ
ଗରମ ମସଲା ଗୁଣ୍ଡ – ୧ ଚାମଚ
ଜିରା ଗୁଣ୍ଡ – ୧ ଚାମଚ
ଧନିଆ ଗୁଣ୍ଡ – ୧ ଚାମଚ
କଞ୍ଚା ଲଙ୍କା – ୩ଟି
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ହଳଦୀ ଗୁଣ୍ଡ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଭଲ ଭାବେ ଚିଙ୍ଗୁଡ଼ିକୁ ଭାଜି ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ଆଉ କିଛି ତେଲ ପକାନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଭଲ ଭାବେ କଷନ୍ତୁ। ଭଲ ଭାବେ କଷି ହେବା ପରେ ଗୋଟା କଞ୍ଚା ଲଙ୍କା, ଟମାଟୋ, ଭଜା ହୋଇଥିବା ଚିଙ୍ଗୁଡ଼ି , ଅଳ୍ପ ପାଣି ଦେଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ୨ ମିନିଟ ହେବା ପରେ ଏଥିରେ ବଟର, ସର ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ଗରମ ମସଲା, ଧନିଆ ପତ୍ର ପକାଇ ୨ରୁ ୫ ମିନିଟ ଗ୍ୟାସରେ ବସାଇ ଓହ୍ଲାଇ ଦିଅନ୍ତୁ। ଏବେ ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories