www.samajalive.in
Thursday, December 11, 2025
23.1 C
Bhubaneswar

ନବରାତ୍ର ପୂଜା ଦୂର କରିଥାଏ ବାସ୍ତୁ ଦୋଷ, ଜାଣନ୍ତୁ ଏହାର ମହତ୍ତ୍ୱ

ବାସ୍ତୁ ଶାସ୍ତ୍ରରେ ମଧ୍ୟ ନବରାତ୍ର ପୂଜାର ମହିମା ବିଷୟରେ ବର୍ଣ୍ଣନା କରାଯାଇଛି। ନବରାତ୍ର ପୂଜାକୁ ବିଧିବଧ ଭାବେ କରାଗଲେ, ବହୁ ବାସ୍ତୁ ଦୋଷ ଦୂର ହୋଇଥାଏ। ବାସ୍ତୁ ଅନୁସାରେ ମା’ ଦୁର୍ଗାଙ୍କର ନଅଟି ରୂପ ନଅ ଗ୍ରହ ସହ ସମ୍ବନ୍ଧିତ ହୋଇ ରହିଛି । ପ୍ରତ୍ୟେକ ଗ୍ରହ ମା’ଙ୍କର ଯେକୌଣସି ରୂପର ପ୍ରତିନିଧିତ୍ୱ କରିବା ସହ ଦିଗ ସହ ମଧ୍ୟ ଜଡ଼ିତ ହୋଇରହିଛି। ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ବାସ୍ତୁଶାସ୍ତ୍ର ଦିଗ ମାନଙ୍କର ଜ୍ଞାନ ଏବଂ ଏହାର ଶୁଭଅଶୁଭ ପ୍ରଭାବ ଉପରେ ବିସ୍ତୃତ ବ୍ୟାଖା କରିଥାଏ।
ନବରାତ୍ର ଅର୍ଥାତ୍‍ ମା’ଙ୍କର ନଅଟି ରୂପର ଆରଧାନା। ଏହି ନଅଟି ରୂପ ସହ ଜଡ଼ିତ ଥିବା ଗୌରୀ ଶକ୍ତିର ବିଭିନ୍ନ ରୂପର ନତମସ୍ତକ କରାଯାଇଥାଏ। ଯେ ସୃଷ୍ଟିର ରଚନା ଠାରୁ ସଂସାରର ସଞ୍ଚାଳନ ମଧ୍ୟ କରିଛନ୍ତି। ସିଂହରେ ବିରାଜମାନ ମା’ଦୁର୍ଗାଙ୍କର ଅଷ୍ଟ ଭୁଜରେ ଶଙ୍ଖ, ଚକ୍ର, ଗଦା, ଧନୁଷ,ଖଣ୍ଡା, ତ୍ରିଶୁଳ ଏବଂ ପଦ୍ମ ଧାରଣ କରିଥାଆନ୍ତି ଓ ଭକ୍ତଙ୍କୁ ଭୟମୁକ୍ତ ମଧ୍ୟ କରିଥାଆନ୍ତି। ମା’ଙ୍କର ଏହି ରୂପରେ ଦୟା, କ୍ଷମା, ଶାନ୍ତି,କାନ୍ତି, ଶ୍ରଦ୍ଧା, ଭକ୍ତି , ମମତା, ସହନଶୀଳତା , କରୁଣା, ଏବଂ ଅନ୍ନପୂର୍ଣ୍ଣା ମଧ୍ୟ ଦେଖାଯାଇଥାଏ।
ମା’ଙ୍କ ପୂଜା କରିବା ଦ୍ୱାରା ଦିଗ ସହ ସମ୍ବନ୍ଧୀତ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ଜାଣନ୍ତୁ ନବଦୁର୍ଗାଙ୍କର ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ….
ପୂର୍ବ ଦିଗ – ମା’ଶୈଳପୁତ୍ରୀ
ଦକ୍ଷିଣ – ପଶ୍ଚିମ ଦିଗ – ମା’ବ୍ରହ୍ମଚାରିଣୀ
ପୂର୍ବ – ମା’ ଚନ୍ଦ୍ରଘଣ୍ଟା
ଉତ୍ତର – ପଶ୍ଚିମ ଦିଗ – କୁଶମାଣ୍ଡା
ଦକ୍ଷିଣ ଦିଗ – ସ୍କନ୍ଧମାତା
ଉତ୍ତର ଦିଗ – ମା’ କାର୍ତ୍ତିୟାନୀ
ପଶ୍ଚିମ ଦିଗ – ମା’ କାଳରାତ୍ରି
ଉତ୍ତର ପୂର୍ବ ଦିଗ – ମହାଗୌରୀ
ଦକ୍ଷିଣ – ପୂର୍ବ ଦିଗ – ସିନ୍ଧିଦାତ୍ରୀ
ଏଭଳି ଦିଗ ଅନୁଯାୟୀ ନବରାତ୍ରରେ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଶାନ୍ତି ହୋଇଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ଧନବୃଦ୍ଧି ମଧ୍ୟ ହୋଇଥାଏ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories