www.samajalive.in
Wednesday, December 10, 2025
26.1 C
Bhubaneswar

ନବରାତ୍ରରେ ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ ; ମିଳିବ ଶୁଭଫଳ

ନବରାତ୍ରର ଶୁଭାରମ୍ଭ ହୋଇଯାଇଛି। ଏହି ଦିନରେ ରଙ୍ଗମାନଙ୍କର ବିଶେଷ ମହତ୍ୱ ଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ମା’ଦୁର୍ଗାଙ୍କର ନଅଟି ରୂପର ପୂଜାରେ ବିଶେଷ ରଙ୍ଗର ପୋଷାକ ଧାରଣ କରିବା ଅତ୍ୟନ୍ତ ଶୁଭ ଅଟେ।
ନଅ ଦିନରେ ନଅଟି ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଏହାର ସ୍ୱତନ୍ତ୍ର ମହତ୍ତ୍ୱ ରହିବା ସହ ସ୍ୱତନ୍ତ୍ର ଫଳ ମଧ୍ୟ ମିଳିଥାଏ। ଜାଣନ୍ତୁ ,ଏହି ନଅ ଦିନରେ କେଉଁ ରଙ୍ଗର ପୋଷାକ ପିନ୍ଧିବେ….
ପ୍ରଥମ ଦିନରେ ମା’ଶୈଳପୁତ୍ରୀଙ୍କର ପୂଜା ହୋଇଥାଏ। ଏହି ଦିନ ପୂଜାରେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଅତ୍ୟନ୍ତ ଶୁଭ ହୋଇଥାଏ।
ଦିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କର ପୂଜା ହୋଇଥାଏ। ଏହି ଦିନରେ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ।
ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କର ପୂଜା ହୋଇଥାଏ। ଏହି ଦିନରେ ପାଉଁଶିଆ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଚତୁର୍ଥ ଦିନରେ ମା’କୁଷ୍ମାଣ୍ଡାଙ୍କର ପୂଜା ହୋଇଥାଏ। ଏହି ଦିନରେ ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ପଞ୍ଚମ ଦିନରେ ସ୍କନ୍ଦମାତାଙ୍କର ପୂଜା ହୋଇଥାଏ। ଏହି ଦିନରେ ଧବଳ ରଙ୍ଗର ପୋଷାକ ପିନ୍ଧିବା ବହୁତ ଶୁଭ ଅଟେ।
ଷଷ୍ଠ ଦିନରେ ମା’କାର୍ତ୍ତିୟାନୀଙ୍କର ପୂଜା ହୋଇଥାଏ। ଏହି ଦିନରେ ନାଲି ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ସପ୍ତମୀ ଦିନରେ ମା’କାଳରାତ୍ରିଙ୍କର ପୂଜା ହୋଇଥାଏ। ଏହି ଦିନରେ ନୀଳ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଅଷ୍ଟମ ଦିନରେ ମା’ମହାଗୌରୀଙ୍କର ପୂଜା ହୋଇଥାଏ। ଏହି ଦିନରେ ଗୋଲାପି ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ନବମ ଦିନରେ ମା’ସିଦ୍ଧାତ୍ରୀଙ୍କର ପୂଜା ହୋଇଥାଏ। ଏହି ଦିନରେ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଏହି ନଅ ଦିନ ମଧ୍ୟରେ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories