www.samajalive.in
Monday, December 8, 2025
17.1 C
Bhubaneswar

ଏବେ ପୋଷା କୁକୁରକୁ ସବୁଦିନ ବୁଲାଇବାକୁ ନ ନେଲେ ଲାଗିବ ଜୋରିମାନା

କାନବେରା: ଏବେ ନିଜ ପୋଷା କୁକୁରକୁ ଦିନରେ ଅତି କମ୍‌ରେ ଥରେ ବାହାରକୁ ବୁଲାଇବାକୁ ନ ନେଲେ ମାଲିକଙ୍କୁ ୧ ଲକ୍ଷ ୯୧ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏପରି ନିୟମ ଲାଗୁ କରାଯାଇଛି ଅଷ୍ଟ୍ରେଲିଆର କାନବେରା ସହରରେ। ପୋଷା ବିଲେଇମାନଙ୍କ ପାଇଁ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ କରାଯିବ। କାନବେରା ପ୍ରଶାସନ ପଶୁ କଲ୍ୟାଣ ସଂଶୋଧନ ଆଇନ ଲାଗୁ କରିଛନ୍ତି। ଏଥିରେ ପଶୁମାନଙ୍କ କଲ୍ୟାଣ ସମ୍ପର୍କିତ କଡ଼ା ନିୟମ ରହିଛି।

ଏହି ନିୟମ ଅନୁସାରେ, ପୋଷା କୁକୁର ଓ ବିଲେଇମାନଙ୍କୁ ମାଲିକ ଦିନରେ ଅତି କମ୍‌ରେ ଥରେ ବାହାରକୁ ବୁଲାଇ ନେବା ବାଧ୍ୟତାମୂଳକ। ଯଦି କେହି ଏହି ନିୟମର ଉଲ୍ଲଂଘନ କରୁଥିବା ଧରାପଡ଼ନ୍ତି ତେବେ ତାଙ୍କୁ ୪ହଜାର ଅଷ୍ଟ୍ରେଲିଆନ ଡଲାର ଅର୍ଥାତ୍‍ ପ୍ରାୟ ୧ ଲକ୍ଷ ୯୧ ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। ଏହା ସହିତ ମାଲିକ ଯଦି ସେମାନଙ୍କ ଖାଇବା, ପିଇବା ଓ ରହିବାର ଉଚିତ ବ୍ୟବସ୍ଥା ନ କରିବେ ତେବେ ତାଙ୍କ ଉପରେ ତୁରନ୍ତ ଜୋରିମାନା ଲାଗୁ କରାଯିବ। ଯେଉଁ ଲୋକମାନେ ପୋଷା କୁକୁର କିମ୍ବା ବିଲେଇଙ୍କୁ ୨୪ ଘଣ୍ଟା ଘରେ ନିଜ ପାଖରେ ରଖୁଛନ୍ତି, ସେମାନେ ଅତି କମରେ ୨ ଘଣ୍ଟା ପାଇଁ ତାଙ୍କୁ ଖୋଲାରେ ଛାଡ଼ିବା ପାଇଁ ମଧ୍ୟ ନିୟମ ଲାଗୁ କରାଯାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories