www.samajalive.in
Sunday, December 7, 2025
15.1 C
Bhubaneswar

ଡ଼ାଏଲିସିସ ବିଭାଗରେ ନିଆଁ ଲିଭାଇଥିବା ସୁରକ୍ଷାକର୍ମୀ ପୁରସ୍କୃତ

ବୁର୍ଲା: ବୁର୍ଲା ଭିମସାରରେ ଘଟିଥିବା ଅଗ୍ନିକାଣ୍ଡକୁ ଆୟତ୍ତ କରିଥିବା ହସପିଟାଲର ତିନିଜଣ ସୁରକ୍ଷା କର୍ମଚାରୀଙ୍କୁ ଶନିବାର ହସପିଟାଲର ଭାରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡଃ ବେଣୁଧର ପାଣ୍ଡେ ଉତ୍ସାହିତ କରିବା ପାଇଁ ପୁରସ୍କୃତ କରିଛନ୍ତି। ତିନିଜଣ ସୁରକ୍ଷା କର୍ମୀ ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁର ଗୋକୁଳ ରୋହିଦାସ, ଟିଟୁ ପ୍ରଧାନ ଓ ସଞ୍ଜିବ ପଟ୍ଟନାୟକ।

ଶୁକ୍ରବାର ବୁର୍ଲା ଭିମସାରର ଡାଇଲିସିସ୍‍ ସଂଲଗ୍ନ କୋଠାରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ବେଳେ ତିନି ଜଣ ସୁରକ୍ଷା କର୍ମୀ ସାହସିକତା ଦେଖାଇ ଅଗ୍ନିନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେମାନଙ୍କର ସାହସିକତା ପାଇଁ ଆଜି ହସପିଟାଲ ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ସେମାନଙ୍କୁ ଡା ପାଣ୍ଡେ ୨ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories