ଜାମ୍ମୁ: ପାକିସ୍ତାନୀ ସେନା ପକ୍ଷରୁ ମାଡ଼ କରାଯାଇଥିବା ୯ଟି ଜୀବନ୍ତ ମୋର୍ଟାରକୁ ଭାରତୀୟ ସେନା ନିଷ୍କ୍ରିୟ କରିଛି। ଏସବୁ ମୋର୍ଟାର ନିୟନ୍ତ୍ରଣ ରେଖା ନିକଟରେ ପଡ଼ିରହିଥିଲା। ବୁଧବାର ବାଲାକୋଟ ସେକ୍ଟରର ସାଣ୍ଡୋଟ, ବାସୋନି ଏବଂ ବାଲାକୋଟ ଗ୍ରାମ ନିକଟରେ ପାଟ୍ରୋଲିଂ ସମୟରେ ଯବାନମାନେ ମୋର୍ଟାର ପଡ଼ିଥିବା ଦେଖିଥିଲେ। ଏହାପରେ ସାହସର ସହିତ ସେଗୁଡ଼ିକୁ ନିଷ୍କ୍ରିୟ କରିଥିଲେ। ଏସବୁ ମୋର୍ଟାରର ଲମ୍ବ ୧୨୦ ମିଲିମିଟର ଥିଲା। ନିକଟରେ ପାକିସ୍ତାନ ପକ୍ଷରୁ ଜାମ୍ମୁ-କାଶ୍ମୀର ବିଭିନ୍ନ ସେକ୍ଟର ସମେତ ପୁଞ୍ଚ ଅଞ୍ଚଳ ସଂଲଗ୍ନ ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଏବଂ ସୁରକ୍ଷା ଭଙ୍ଗ କରିବା ଲାଗି ପାକ୍ ସେନା ଏପରି ପ୍ରୟାସ କରିଥିଲା। ଏହି ସମୟରେ ବହୁ ସଂଖ୍ୟାରେ ଗୁଳି ଏବଂ ମୋର୍ଟାର ମାଡ଼ କରାଯାଇଥିଲା। ସେଥିରୁ ଅନେକ ମୋର୍ଟାର ଜୀବନ୍ତ ପଡ଼ି ରହିଥିବା ଅନୁମାନ କରାଯାଉଛି।
Popular Categories



