www.samajalive.in
Wednesday, December 10, 2025
18.1 C
Bhubaneswar

ଧାମରାରେ ତଟ ସୁରକ୍ଷା ସାଗର କବଚ-୨୦୧୯

ଧାମରା : ସମୁଦ୍ର ତଟ୍ଟ ଅଞ୍ଚଳରେ ଆତଙ୍କବାଦୀଙ୍କୁ କଡା ମୁକାବିଲା କରିବା ପାଇଁ ଆରମ୍ଭ ହୋଇଛି ତଟ ସୁରକ୍ଷା ସାଗର କବଚ ।  ଭାରତୀୟ ତଟରକ୍ଷୀ ବାହିନୀ,ରାଜ୍ୟ ପୁଲିସ,ଭାରତୀୟ ନେଭି ର ସହଯୋଗିତାରେ ଏହି ସୁରକ୍ଷା କାର୍ଯ୍ୟ୍ରକ୍ରମ ଆଜି ସକାଳ ୬ଟାରେ ଆରମ୍ଭ ହୋଇଛି।ଓଡିଶା ସରକାରଙ୍କ ତରଫରୁ ୨୦୧୯-୨୦ମସିହା ପାଇଂ ଉପକୂଳବର୍ତୀ ଅଂଚଳ ଯଥା- ଧାମରା, କସିଆ, ଚୁଡାମଣୀ,ଚାନ୍ଦିପୁର , ପାରାଦ୍ୱୀପ, ପୁରୀ ଏବଂଗୋପାଳପୁର  ଠାରେ ଆଜି ସକାଳ୬ଟାରେ ଆରମ୍ଭ ହୋଇଛି ଉପକୂଳ ସୁରକ୍ଷାଭ୍ୟାସ।

ଏହି ସୁରକ୍ଷାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନେଭି, ଏବଂ ଓଡିଶା ପୁଲିସ ସାମିଲ ହୋଇଥିଲେ । ଏହି ସୁରକ୍ଷାଭ୍ୟାସ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିଲା ଆଜିର ଏହି ସୁରକ୍ଷା କବଚ କାର୍ଯ୍ୟକ୍ରମରେ  ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋସ ଏର୍ବଂ ମେରାଇନ ପୁଲିସର  ଉପେନ୍ଦ୍ର ମହନ୍ତି, ରାଜେନ୍ଦ୍ର ବଳ, କେକେ ସାହୁ, ଏନ କେ ମଲିକ, ରଞ୍ଜନ କୁମାର ଦାସ, ମାନସ ମଲିକ ସଞିବ ମଲିକ, ପ୍ରମୁଖ ସାମିଲ ହୋଇଥିବା ବେଳେ ଆଜିର ଏହି ସୁରକ୍ଷାଭ୍ୟାସରେ ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ଏବଂ ସେମାନଙ୍କର ଧାମରା ଠାରେ ନିୟୋଜିତ ହୋଇଥିବା ୨ଟି ବୋଟ, ଚୁଡାମଣୀ ଠାରେ ଥିବା ୨ଟି ସ୍ପିଡ ବୋଟ , ଧାମରା ମେରାଇନ ପୁଲିସ , ବାଂଶଡା ପୁଲିସ, (ବ୍ଲୁ ଫୋର୍ସ)  ଡ୍ୟୁଟି ଆରମ୍ଭ କରିଥିଲେ ସେମାନେ ଧାମରାରୁ ବାହାରି ଚନ୍ଦନୀପାଳ , ଧାମରା ପ୍ରତିରକ୍ଷା ଘାଟୀ, କରଞ୍ଜମାଳ, କରଣପଲ୍ଲୀ, ବାଲିମୁଣ୍ଡା, ବାବୁବାଲି , ତାଳଚୁଆ ପ୍ରଭୃତି ସ୍ଥାନ ମାନଙ୍କରେ ପଇଁତରା ମାରି ବାସୁଦେବପୁର ଠାରେ ଥିବା କସିଆ ପର୍ଯ୍ୟନ୍ତ ଯାଇଥିଲେ । ଆଜିର ଏହି ସାଗର କବଚରେ ଧାମରା ଠାରେ ଆରମ୍ଭ ହୋଇଥିବା ବେଳେ ଧାମରା ମତ୍ସ୍ୟପୋତାଶ୍ରୟ ଠାରେ ୩ ଜଣ ସହକାରୀ ସବ ଇନସପେକ୍ଟର ସମେତ ୧୪ଜଣ କନେଷ୍ଟବଳ,,କସିଆ ଠାରେ ୪ଜଣ,ଚୁଡାମଣୀ ଜେଟିରେ ୪ଜଣ ଏବଂ ଚୁଡାମଣୀ ଘାଟ ଠାରେ ୪ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ ବୋଲି ନୋଡାଲ ଅଫିସର ଅଶୋକ କୁମାର ଦାସଙ୍କ କହିଛନ୍ତି । ଏହି ସୁରକ୍ଷାଭ୍ୟାସ ୨ ଦିନ ଧରି ଚାଲିବ ବୋଲି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରୁ ପ୍ରକାଶ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories