www.samajalive.in
Tuesday, December 9, 2025
16.1 C
Bhubaneswar

ହଷ୍ଟନରେ ଭାରତୀୟ ସମୁଦାୟଙ୍କ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

ହଷ୍ଟନ : ହଷ୍ଟନଠାରେ ସେପ୍ଟେମ୍ବର ୨୨ରେ ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ ହେଉଥିବା କାର୍ୟ୍ୟକ୍ରମ ‘ହାଓଡି ମୋଦୀ’ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କ ଯୋଗଦେବା ଖବରକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ ଭାରତ ଓ ଆମେରିକା ମଧ୍ୟରେ ବିଶେଷ ବନ୍ଧୁତ୍ୱକୁ ସୂଚାଉଛି ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଂଶଗ୍ରହଣକୁ ଏକ ବିଶେଷ ସଂକେତ ଭାବେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଦୃଢ଼ତା ଓ ଆମେରିକା ସମାଜ ଏବଂ ଅର୍ଥନୀତିରେ ଭାରତୀୟ ସମୁଦାୟର ଅବଦାନକୁ ସୂଚାଉଛି ।

- Advertisement -

ଏହି କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା ନେଇ ସୋମବାର ହ୍ୱାଇଟ ହାଉସ ଏକ ପ୍ରେସ ବିବରଣୀ ଜାରି କରିଛି । କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ପ୍ରକାଶ କରି ପ୍ରେସ ବିବରଣୀରେ ଉଲ୍ଲେଖ ରହିଥିଲା ଯେ, “ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତର ଜନସାଧାରଣଙ୍କ ମଧ୍ୟରେ ଦୃଢ଼ ସମ୍ପର୍କକୁ ଗୁରୁତ୍ୱାରୋପ କରିବା, ବିଶ୍ୱର ସବୁଠାରୁ ପୁରୁଣା ଓ ସବୁଠାରୁ ବଡ ଗଣତନ୍ତ୍ର ମଧ୍ୟରେ ରଣନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ଏବଂ ଶକ୍ତି ଓ ବାଣିଜ୍ୟିକ ସମ୍ପର୍କକୁ ଗଭୀର କରିବା ନେଇ ବିଭିନ୍ନ ଉପାୟ ସମ୍ବନ୍ଧରେ ଆଲୋଚନା କରିବା ନେଇ ଏହା ଏକ ଉତ୍ତମ ସୁଯୋଗ ହେବ ।”

‘ହାଉଡି ମୋଦୀ-ସେୟାର ଡ୍ରିମ୍ସ, ବ୍ରାଇଟ ଫ୍ୟୁଚର’ ହେଉଛି ଟେକ୍ସାସ ଭାରତୀୟ (ସମୁଦାୟ)ମଞ୍ଚ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଆମେରିକାର ଟେକ୍ସାସଠାରେ ହଷ୍ଟନର ଏନଆରଜି ଷ୍ଟାଡିୟମରେ ସେପ୍ଟେମ୍ବର ୨୨ ରବିବାର ଦିନ ଆୟୋଜିତ ହେବାକୁ ଥିବା ଏକ ସମ୍ମିଳନୀ । ପଚାଶ ହଜାରରୁ ଅଧିକ ଲୋକ ଏହି କାର୍ୟ୍ୟକ୍ରମରେ ଭାଗନେବା ନେଇ ଆଶା କରାଯାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories