www.samajalive.in
Monday, December 8, 2025
20.1 C
Bhubaneswar

ମହାରାଷ୍ଟ୍ରରେ ୧୨୫-୧୨୫ ଆସନରେ ନିର୍ବାଚନ ଲଢିବେ କଂଗ୍ରେସ-ଏନସିପି

ମୁମ୍ବଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏବଂ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ମେଣ୍ଟ ମଧ୍ୟରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି। ଆସନ ଭାଗବଣ୍ଟା ଅନୁଯାୟୀ ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରୁ କଂଗ୍ରେସ ୧୨୫ ଓ ଏନସିପି ୧୨୫ ଆସନରେ ନିର୍ବାଚନ ଲଢିବେ। ୩୮ ବିଧାନସଭା ଆସନ ସହଯୋଗୀ ଦଳଙ୍କୁ ଦିଆଯିବ। ଏନସିପି ଅଧ୍ୟକ୍ଷ ଶରଦ ପୱାର ସୋମବାର ଏହି ଘୋଷଣା କରିଛନ୍ତି।

କଂଗ୍ରେସ ଓ ଏନସିପି ମେଣ୍ଟରେ ଆସନ ଭାଗବଣ୍ଟାକୁ ଚୂଡ଼ାନ୍ତ ରୂପ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଏହି ନିର୍ବାଚନରେ ନୂଆ ଚେହରାକୁ ସୁଯୋଗ ଦିଆଯିବ ବୋଲି ଶରଦ କହିଛନ୍ତି। ତେବେ ବହୁଜନ ବଞ୍ଚିତ ଅଘାଡି ପାର୍ଟି ଏହି ମେଣ୍ଟରେ ସାମିଲ ହୋଇପାରିନାହିଁ।
ଉଲ୍ଲେଖଯୋଗ୍ୟ ଯେ ଆସନ ଭାଗବଣ୍ଟାକୁ ନେଇ ସହମତି ହୋଇନପାରିବାରୁ ୨୦୧୪ରେ କଂଗ୍ରେସ ଓ ଏନସିପି ମଧ୍ୟରେ ୧୫ ବର୍ଷ ତଳର ମେଣ୍ଟ ଭାଙ୍ଗି ଯାଇଥିଲା। ଫଳରେ ଉଭୟ ଦଳ ଅଲଗା ହୋଇ ୨୦୧୪ ବିଧାନସଭା ନିର୍ବାଚନ ଲଢିଥିଲେ। ଏଥିରେ କଂଗ୍ରେସ ୪୨ଟି ଏବଂ ଏନସିପି ୪୧ଟି ଆସନରେ ବିଜୟୀ ହୋଇଥିଲେ। ବିଜେପି ଏକମାତ୍ର ସଂଖ୍ୟା ଗରିଷ୍ଠ ଦଳ ଭାବେ ୧୨୨ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ-ଏନସିପି ମଧ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟକୁ ଚୂଡ଼ାନ୍ତ ରୂପ ଦିଆଯିବା ପୂର୍ବରୁ ଉଭୟ ଦଳର ଅନେକ ବରିଷ୍ଠ ନେତା ଦଳ ଛାଡ଼ି ଚାଲିଯାଇଛନ୍ତି। ଫଳରେ ମହାରାଷ୍ଟ୍ରରେ ଉଭୟ ଦଳର ସ୍ଥିତି ଏବେ ଦୁର୍ବଳ ରହିଛି। ଏପରି ସମୟରେ ମେଣ୍ଟ ହୋଇ ଲଢିବା ଉଭୟ ଦଳ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories