www.samajalive.in
Tuesday, December 9, 2025
17.1 C
Bhubaneswar

ତ୍ବଚା ପାଇଁ ଖୁବ୍ ଉପକାରୀ କଫି ଫେସ୍‌ପ୍ୟାକ୍

ସାଧାରଣତଃ ଏକ ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। ତେଣୁ ତ୍ବଚା ସମସ୍ୟା ଏଡ଼ାଇ ତାକୁ ସୁନ୍ଦର କରିବା ପାଇଁ ବଜାରରେ ମିଳୁଥିବା ଭିନ୍ନ ଭିନ୍ନ ପ୍ରକାରର ମହଙ୍ଗା ପ୍ରସାଧନ ସମାଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ମାତ୍ର ଅନେକ ଥର ଏସବୁର ବ୍ୟବହାର ତ୍ୱଚା ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ତ୍ବଚା ଖରାପ ହୋଇଯାଇଥାଏ। ତେଣୁ ତ୍ବଚାକୁ ସୁନ୍ଦର ଓ ସୁରକ୍ଷିତ ରଖିବା ପାଇଁ ଘରୋଇ ଉପଚାର ଆପଣାଇବା ଉଚିତ। ସେହିପରି ଏକ ଘରୋଇ ଉପଚାର ହେଉଛି କଫି ଫେସ୍‌ ପ୍ୟାକ୍। ଘରେ ଅତି ସହଜରେ ଉପଲବ୍ଧ ହେଉଥିବା କଫି ଦ୍ବାରା ତ୍ବଚା ଜନିତ ଅନେକ ସମସ୍ୟା ଦୂର ହେବା ସହ ତ୍ବଚା ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ। ଆସନ୍ତୁ ଜାଣିବା କଫି ଫେସ୍‌ ପ୍ୟାକ୍‌ ବିଷୟରେ –

-କଫିରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ, ଯାହା ତ୍ୱଚା ପାଇଁ ଖୁବ୍ ଲାଭକାରୀ ହୋଇଥାଏ। ଏହା ତ୍ୱଚାକୁ ପ୍ରଚୁର ମାତ୍ରାରେ ପୋଷଣ ପ୍ରଦାନ କରିବା ସହ ଅନେକ ସମସ୍ୟା ଦୂର କରିଥାଏ।
-କଫିରେ ଥିବା ପୋଷକ ତତ୍ତ୍ୱ ତ୍ୱଚାରୁ ମୃତ କୋଷିକା ଗୁଡିକ ବାହାର କରିବାରେ ସାହାଯ୍ୟ କରିଥାଏ। ଏଥିସହ ତ୍ୱଚାକୁ ସୁସ୍ଥ ଓ ସତେଜ କରିଥାଏ। ତେଣୁ ସପ୍ତାହରେ ଥରେ କଫିରେ ପ୍ରସ୍ତୁତ ହୋଇଥିବା ଫେସ୍ ପ୍ୟାକ୍ ବ୍ୟବହାର କରିବା ଉଚିତ।
-କଫି ଫେସପ୍ୟାକ ସନ୍ ଟ୍ୟାନ୍ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହାବ୍ୟତୀତ ତ୍ୱଚାରେ ଥିବା ନାଲି ଦାଗକୁ କମ୍ କରିଥାଏ। କଫି ଫେସପ୍ୟାକ ସୂର୍ୟ୍ୟଙ୍କ ପ୍ରଖର କିରଣରୁ ହେଉଥିବା ଜଳାପୋଡାରୁ ମଧ୍ୟ ରକ୍ଷା କରିଥାଏ।
-କଫିକୁ ମହୁ ସହିତ ମିଶାଇ ଲଗାଇଲେ ଅଧିକ ଲାଭ ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories